fbpx

ବିଶ୍ୱାସ- ଅନ୍ଧବିଶ୍ୱାସ : ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି, ଭଗବାନଙ୍କ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ ଲେମ୍ବୁ

ମନ୍ଦିରରେ ନିଲାମ ହୁଏ ଲେମ୍ବୁ

ତାମିଲନାଡ଼ୁ (ଓଡ଼ିଶା ଭାସ୍କର) : ସବୁ ଦମ୍ପତି ସନ୍ତାନ ସୁଖ ଚାହାଁନ୍ତି । କିନ୍ତୁ କୌଣସି  କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନଥାଏ । ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡ଼ୁର ଇଦ୍ୟୁମ୍ବନ ମନ୍ଦିର ଦର୍ଶନ କଲେ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି । ଯେଉଁ ମହିଳା ଏଠାକୁ ସନ୍ତାନ ପ୍ରାପ୍ତି ପାଇଁ ଆସନ୍ତି ତାଙ୍କ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଏଠାରେ ଭଗବାନଙ୍କୁ ପ୍ରସାଦ ଭାବେ ଲେମ୍ବୁ ଚଢ଼ାଯାଏ। ପରେ ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଆନ୍ତି ଦମ୍ପତି ନିଃସନ୍ତାନ ଥାନ୍ତି ତାଙ୍କୁ ଏହା ଖାଇବାକୁ
ଦିଆଯାଏ । ଫଳରେ କିଛିଦିନ ପରେ ସୋମାନଙ୍କୁ ଘରକୁ ଖୁସି ଖବର ଆସିଥାଏ ବୋଲି ବିଶ୍ୱାସ ଅଛି । ଏହି ମନ୍ଦିରରେ ଲେମ୍ବୁ ନିଲାମ ରଖାଯାଏ । ମନ୍ଦିରର ଏଭଳି
ବିଶେଷତ୍ତ୍ୱ ଜାଣି ଦେଶରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲିବାକୁ ଆସନ୍ତି । ବର୍ଷକେ ଥରେ ମନ୍ଦିରରେ ଏକ ମେଳାର ଆୟୋଜନ କରାଯାଏ। ଏହା ୯ ଦିନ ବ୍ୟାପି ଚାଲିଥାଏ ।

Get real time updates directly on you device, subscribe now.