fbpx
BJD SKY
BJD SKY

୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ Kiss କରୁଥିଲେ ଦମ୍ପତ୍ତି, ଗିନିଜ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ!

BJD

ନୂଆଦିଲ୍ଲୀ: ଗିନିଜ ବୁକରେ ବିଭିନ୍ନ ପ୍ରକାରର ଘଟଣା/ଦୁର୍ଘଟଣାର ରେକର୍ଡ ସୃଷ୍ଟି ହୋଇଛି । ଏସବୁ ଭିତରେ କସ୍ କରିବା ବା ଚୁମ୍ବନକୁ ନେଇ ମଧ୍ୟ ବିଶ୍ୱ ରେକର୍ଡ ରହିଛି । ପୂର୍ବରୁ ଏହାକୁ ନେଇ ରେକର୍ଡ କରାଯାଉଥିବା ବେଳେ ଏହାି କାଟାଗୋରୀକୁ କିଛି ଦିନ ପରେ ବନ୍ଦ କରି ଦିଆଯାଇଥିଲା । ତେବେ କିସ୍ କରିବାରେ ଏକ ଦମ୍ପତ୍ତି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ତାଙ୍କ ନାମରେ ୫୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କିସ୍ କରିବାର ରେକର୍ଡ ଲେଖାଯାଇଛି । ୨୦୧୩ରେ ସେମାନଙ୍କ ଦ୍ୱାରା ହୋଇଥିବା ଏକ ରେକର୍ଡକୁ ଭାଙ୍ଗି ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଏହି ଦମ୍ପତ୍ତି ।

୨୦୧୩ ମସିହା ଫେବୃଆରୀ ୧୨ ତାରିଖ ଥାଇଲାଣ୍ଡରେ ଏକ ଚୁମ୍ବନ ପ୍ରତିଯୋଗିତା ରଖାଯାଇଥିଲା । ଏହି ପ୍ରତିଯୋଗିତାରେ ୯ ଜଣ ଦମ୍ପତ୍ତି ଭାଗ ନେଇଥିବା ବେଳେ ଜଣେ ୭୦ ବର୍ଷୀୟ ଦମ୍ପତ୍ତି ମଧ୍ୟ ସାମିଲ ହୋଇଥିଲେ । ତେବେ ବୟସର ଅପରାହ୍ନରେ ଦମ୍ପତ୍ତି ମାତ୍ର ୧ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ କିସ୍ କରିଥିଲେ । ତେବେ ଶେଷ ପର୍ଯ୍ୟନ୍ତ ୪ ଜଣ ଦମ୍ପତ୍ତି ଥିଲେ, କିନ୍ତୁ ଶେଷରେ ୫୦ ଘଣ୍ଟା ୨୫ ମିନିଟ ସମୟର ପୁରୁଣା କିସିଙ୍ଗ ରେକର୍ଡକୁ ପଛରେ ପକାଇଥିଲେ ଦମ୍ପତ୍ତି । ଏକ ଥାଇ ଦମ୍ପତ୍ତି(ଏକ୍କାଚାଇ ଏବଂ ଲକ୍ସାନା) ମୋଟ ୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ ପରସ୍ପରକୁ କିସ୍ କରିଥିଲେ । ପୂର୍ବରୁ ୫୦ ଘଣ୍ଟା ୨୫ ମିନିଟ ସମୟ କିସ୍ କରିବାର ନିଜ ରେକର୍ଡକୁ ସେ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଏହା ସହିତ ଗିନିଜ ବୁକ ଅଫ ରେକର୍ଡରେ ସର୍ବାଧିକ ସମୟ ପର୍ଯ୍ୟନ୍ତ କିସ୍ କରିବାର ରେକର୍ଡ ନିଜ ନାମ ଲେଖିଛନ୍ତି ଏହି କପୁଲ ।

ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କିସ୍ କରିବାର ପରିଣାମକୁ ଦୃଷ୍ଟିରେ ରଖି ଗିନିଜ ବୁକ ଏହି ପ୍ରତିଯୋଗିତାକୁ ବନ୍ଦ କରି ଦେଇଛନ୍ତି । ଅଧିକ ସମୟ ନେଉଥିବାରୁ ପ୍ରତିଯୋଗୀମାନଙ୍କ ଶରୀର ଏବଂ ମାନସିକ ଉପରେ ଏହାର ଚାପ ପଡିଥାଏ । ନିଦ୍ରାହୀନତା ଏବଂ ମାନସିକ ସମସ୍ୟା ବୃଦ୍ଧି ହେବାରୁ ଏହି କାଟାଗୋରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଗିନିଜ ବୁକ ଅଫ ରେକର୍ଡ ।

Get real time updates directly on you device, subscribe now.