fbpx

ହାର୍ଟ ରୋଗୀଙ୍କ ପାଇଁ ଖୁସି ଖବର! ମୁମ୍ବାଇରେ ବଞ୍ଚିଗଲା ଯୁବକଙ୍କ ଜୀବନ, ଜାଣନ୍ତୁ କ’ଣ ରହିଛି ଟେକନିକ୍?

ମୁମ୍ବାଇ : ଗୋରେଗାଓଁରେ କାମ କରୁଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କୁ ହାର୍ଟ ଆଟାକ୍ ଆସିବା ପରେ ମଧ୍ୟ ବଞ୍ଚିଯାଇଛନ୍ତି ଓ ତାଙ୍କୁ ଷ୍ଟେଣ୍ଟର ମଧ୍ୟ ଆବଶ୍ୟକତା ପଡିଲାନି । ଡାକ୍ତର ଗଣେଶ କୁମାର କହିଛନ୍ତି ଯେ, ଛାତିରେ ଯନ୍ତ୍ରଣା ହେବା ପରେ ଏହି ଯୁବକ ନେସ୍କୋ ଗୋରେଗାଓଁ ମେଟ୍ରୋ ଷ୍ଟପରୁ ବାହାରକୁ ଆସିବାବେଳେ ତଳେ ପଡ଼ିଯାଇଥିଲେ ।

ତାଙ୍କର ହାର୍ଟରେ ବ୍ଲକେଜ୍ ଥିଲା, ଯାହା ଲେଜର ମାଧ୍ୟମରେ ବାହାର କରାଯାଇଥିଲା । ପୋୱାଇର ଏଲଏଚ ହିରାନନ୍ଦାନୀ ହସ୍ପିଟାଲରେ ତାଙ୍କର ଲେଜର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହୃଦୟ ବିଶେଷଜ୍ଞ ଗଣେଶ କୁମାର କହିଛନ୍ତି ଯେ,ଧମନୀ (ରକ୍ତ ନଳୀ) ବ୍ଲକ ହୋଇଯାଇଥିଲା, ଏବେ ତାହା ନୂଆ ଭଳି ହୋଇଯାଇଛି ।

ଡାକ୍ତର ଗଣେଶ କୁମାର କହିଛନ୍ତି ଯେ, ରୋଗୀର ଅବସ୍ଥା ଭଲ ଅଛି ଏବଂ ତାଙ୍କୁ କିଛି ମେଡିସିନ୍ ଦିଆଯାଉଛି । ଏହି ରୋଗୀଧୂମପାନ କରୁଥିଲେ ଏବଂ ତାଙ୍କ ପରିବାରରେ ହାର୍ଟ ରୋଗୀ ମଧ୍ୟ ଅଛନ୍ତି । ହାର୍ଟ ଆଟାକ୍ ପରେ ତୁରନ୍ତ ଡାକ୍ତରୀ ସାହାଯ୍ୟ ପାଇବା ତାଙ୍କ ଜୀବନ ରକ୍ଷା ହୋଇଥିଲଶ, ନଚେତ୍ ହାର୍ଟ ଆଟାକ୍ ହେତୁ ମୁମ୍ବାଇରେ ପ୍ରତିଦିନ ପ୍ରାୟ ୩୦ ଲୋକ ମୃତ୍ୟୁ ବରଣ କରୁଛନ୍ତି । ସେ କହିଛନ୍ତି ଯେ ଏହି ରୋଗୀ ଯୁବକ ହୋଇଥିବାରୁ ଆମକୁ ଷ୍ଟେଣ୍ଟର ଦରକାର ପଡିଲା ନାହିଁ । ପୁରୁଣା ରୋଗୀଙ୍କ ତୁଳନାରେ,ଏହି ରୋଗୀଙ୍କଠାରେ ବ୍ଲାକ କାରଣରୁ ଏକ ଛୋଟ ଓ ନୂଆ ବ୍ଲଡ କ୍ଲଟ୍ ତିଆରି ହୋଇଥିଲା । ଏହାକୁ ଅତି ସହଜରେ ହଟାଇ ଦିଆଯାଇଛି ।

ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ୍ ମେସିନ୍ କିଣିଥିଲା, ଅନେକ ରୋଗୀଙ୍କୁ ମିଳିଲା ଲାଭ :-
ପ୍ରାୟ ୧୦ ଜଣ ରୋଗୀଙ୍କ ଉପରେ ଏହି ଲେଜର ଆଞ୍ଜିଓପ୍ଲାଷ୍ଟି ବ୍ୟବହୃତ ହୋଇଛି ଏବଂ ସମସ୍ତେ ଭଲ ଅଛନ୍ତିି । ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ୍ ଫେବୃଆରୀ ୨୦୨୧ ରେ ଏହି ମେସିନ୍ କିଣିଥିଲା ଏବଂ ସେଠାରେ ୧୦୦ ରୁ ଅଧିକ ରୋଗୀଙ୍କ ଉପରେ ଏହା ବ୍ୟବହାର କରାଯାଇଥିଲା । ସେହିଭଳି ହାର୍ଟ ବିଶେଷଜ୍ଞ ଡକ୍ଟର କୀର୍ତ୍ତୀ ପୁନମିଆ କହିଛନ୍ତି ଯେ, ଏହି ନୂତନ ଚିକିତ୍ସା ଦ୍ୱାରା ପ୍ରାୟ ୭୫ ରୋଗୀ ଉପକୃତ ହୋଇଛନ୍ତି । ସେ ଏହା ଉପରେ ଏକ ଅନୁସନ୍ଧାନ କାଗଜ ମଧ୍ୟ ଉପସ୍ଥାପନ କରିଥିଲେ ।

Get real time updates directly on you device, subscribe now.