fbpx
BJD SKY
BJD SKY

ଦିଲ୍ଲୀରେ ଏଣିକି ଲାଗୁ ହେବ ଗୁଜରାଟ ଆଇନ: ପୋଲିସକୁ ମିଳିବ ଅଧିକ କ୍ଷମତା, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଲେ LG

BJD

ନୂଆଦିଲ୍ଲୀ: ଦିଲ୍ଲୀରେ ଏଣିକି ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଗୁଜରାଟ ଆଇନ ଲାଗୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଉପରାଜ୍ୟପାଳ ଭିକେ ସକ୍ସେନା ଗୁଜରାଟ ପ୍ରିଭେନସନ ଅଫ୍ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ (ପାସା) ୧୯୮୫କୁ ମଞ୍ଜୁରୀ ଦେଇଛନ୍ତି । ଏଥିସହିତ ଉପରାଜ୍ୟପାଳ ଏହି ପ୍ରସ୍ତାବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି ।

ଗୁଜୁରାଟ ଆଇନକୁ ଦିଲ୍ଲୀର ଏନସିଟି ପର୍ଯ୍ୟନ୍ତ ବିସ୍ତାରିତ କରିବା ପାଇଁ କେନ୍ଦ୍ର ଶାସିତ ପ୍ରଦେଶ (ଆଇନ) ଅଧିନିୟମର ଧାରା ୨ ଅଧିନରେ ଅଧିସୂଚନା ଜାରି କରିବା ପାଇଁ ଗତ ମାସ ୨୭ ତାରିଖରେ ଦିଲ୍ଲୀର ଗୃହ ବିଭାଗ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ପଠାଇଥିଲେ । ବର୍ତ୍ତମାନ ଉପରାଜ୍ୟପାଳ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି ।

ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ, ଅସାମାଜିକ ଓ ଖରାପ କାର୍ଯ୍ୟକଳାପକୁ ରୋକିବା ପାଇଁ, ନିଶା ସାମଗ୍ରୀର ଅପରାଧକୁ ରୋକିବା ପାଇଁ ଅନୈତିକ କାର୍ଯ୍ୟ ଅପରାଧୀ ଓ ସମ୍ପତ୍ତି ହଡ଼ପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା କ୍ଷେତ୍ରରେ ଏହି ଆଇନ ବେଶ୍ ସହାୟକ ହୋଇ ପାରିବ । ଦିଲ୍ଲୀରେ ଗୁଜରାଟର ଆଇନ ସୁପାରିଶ କରାଯିବା ପୂର୍ବରୁ ତେଲେଙ୍ଗାନାର ଏପରି ଏକ ଆଇନର ଯାଞ୍ଚ କରାଯାଇଥିଲା । ତେବେ ଗୁଜରାଟର ଆଇନ ଅଧିକ ପ୍ରଭାବ ବୋଲି ଯାଞ୍ଚରୁ ଜଣାପଡ଼ିଥିଲା ।

ଯଦି ଏହି ଆଇନ ପାରିତ ହୁଏ ତେବେ ଦିଲ୍ଲୀ ପୋଲିସକୁ ଅପରାଧୀଙ୍କୁ ଦମନ କ୍ଷେତ୍ରରେ ଅଧିକ କ୍ଷମତା ମିଳିପାରିବ । ଏଥିସହିତ ଚେନ ଲୁଟେରା, ନିଶାଦ୍ରବ୍ୟ ତସ୍କରୀ, ଟ୍ରାଫିକ ଉଲ୍ଲଂଘନକାରୀ, ଭୟଙ୍କର ଅପରାଧୀଙ୍କୁ ରୋକିବାରେ ସହାୟତା ମିଳିପାରିବ ବୋଲି ଆଶା କରାଯାଇଛି ।

Get real time updates directly on you device, subscribe now.