fbpx

ପୁରୁଣା ଗାଡ଼ିରେ ୨୨ ବର୍ଷ ଯାଏଁ ଦୁନିଆ ବୁଲିଲେ ଦମ୍ପତ୍ତି, ଯାତ୍ରା ସମୟରେ ହିଁ ଜନ୍ମ ହୋଇଥିଲେ ସନ୍ତାନ

ନୂଆଦିଲ୍ଲୀ: କାରରେ ଦୁନିଆ ବୁଲିବା କଥା ହୁଏତ ଆପଣ ଫିଲ୍ମରେ ଦେଖିଥିବେ । ଏହା ଦେଖିବାକୁ ଖୁବ୍ ରୋମାଞ୍ଚକର ହୋଇଥାଏ ହେବନି ବା କେମିତି? କାରରେ ଗୋଟିଏ ସ୍ଥାନରୁ ଯିବା ବହୁତ ଭଲ ଲାଗିଥାଏ । କିନ୍ତ ଯଦି କୌଣସି ପୁରୁଣା ଏବଂ ଖତିରା କାରରେ ବୁଲିବା କଥା ହୁଏତ ଆପଣଙ୍କୁ ବିଶ୍ୱାସ ହୋଇନପାରେ । ତେବେ ଏବେ ରିୟଲ ଲାଇଫରେ ଏମିତି ଦେଖିବାକୁ ମିଳିଛି । ଯେଉଁଠାରେ ଏକ ଦମ୍ପତ୍ତି ବର୍ଷେ ଦୁଇ ବର୍ଷ ନୁହେଁ ବରଂ ୨୨ବର୍ଷ ଏକ ପୁରୁଣା କାରରେ ବୁଲିଛନ୍ତି । ଆର୍ଜେଣ୍ଟିନାର ଏହି ଦମ୍ପତ୍ତି କାରରେ ବୁଲିଛନ୍ତି ଦୀର୍ଘ ୨୨ ବର୍ଷ କାଳ, ଖାଲି ସେତିକି ନୁହେଁ ଏହି ଯାତ୍ରା ନିଜ ପିଲାଙ୍କ ସହ କରିଥିଲେ ।

ଦମ୍ପତ୍ତି ୧୯୨୮ ରେ ତିଆରି ଏକ ଗାଡ଼ିରେ ୫ ମହାଦ୍ୱୀପ ବୁଲିଛନ୍ତି । ୨୦୦୦ ମସିହାରେ ଆର୍ଜେଣ୍ଟିନାର ଉଋଗ୍ୱେ ନାମକ ସୀମାବର୍ତ୍ତୀ ଗାଁରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ଯାହା ଏବେ ୨୨ ବର୍ଷ ପରେ ଶେଷ ହୋଇଛି । ଯେତେବେଳେ ସେମାନେ ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ସେମାନେ ଦୁଇଜଣ ହିଁ ଥିଲେ, କିନ୍ତୁ ଏବେ ତାଙ୍କର ପିଲା ମଧ୍ୟ ଜନ୍ମ ହୋଇଛନ୍ତି ସେମାନେ ବଡ଼ ମଧ୍ୟ ହୋଇଗଲେଣି । ଜ୍ୟାପ୍ ପରିବାରର ହର୍ମନ ଏବଂ କ୍ୟାଣ୍ଡେଲେରିଆ ନିଜ ପିଲାଙ୍କ ସହ ଏହି ୨୨ ବର୍ଷରେ ପ୍ରାୟ ୩୬୨,୦୦୦ କିମି ଯାତ୍ରା କରିଛନ୍ତି । ଉଭୟ ନିଜ ବିବାହର ୬ ବର୍ଷ ପରେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କୁ ଯାତ୍ରା ପାଇଁ କେହିଜଣେ ୧୯୨୮ ରେ ତିଆରି ଏକ ଗ୍ରାହାମ ନେଜ ଗାଡ଼ି ଦେଇଥିଲେ । ଯାହାର ଅବସ୍ଥା ମଧ୍ୟ ଭଲନଥିଲା । କିନ୍ତୁ ସେମାନେ ଏହି ଗାଡ଼ିରେ ହିଁ ୨୨ ବର୍ଷ ଯାତ୍ରା କରିଥିଲେ । ସହର, କାଦୁଅ, ମରୁଭୂମି ସବୁ ସ୍ଥାନ ଦେଇ ଚାଲିଥିଲା ତାଙ୍କର ଗାଡ଼ି ।

ସେମାନଙ୍କ ତିନି ସନ୍ତାନଙ୍କ ଜନ୍ମ ବି ଗାଡ଼ିରେ ହୋଇଥିଲା ଯେଉଁଥିରେ ପମ୍ପା ୧୯ ବର୍ଷ ଏବଂ ତେହୁଆଙ୍କୁ ୧୬ ବର୍ଷ ଏବଂ ବାଲାବୀଙ୍କୁ ୧୨ ବର୍ଷ ହୋଇଛି । ସେତିକି ନୁହେଁ ତାଙ୍କ ସହ ଗୋଟିଏ କୁକୁର ଏବଂ ଗୋଟିଏ ବିଲେଇ ମଧ୍ୟ ଯାତ୍ରା କରିଥିଲେ ।

ଖାଦ୍ୟ ତିଆରି ପାଇଁ ଏବଂ ପାଣି ଗରମ କରିବା ପାଇଁ ସେମାନେ ଗାଡ଼ିର ଇଞ୍ଜିନର ଗରମ ଦ୍ୱାରା କରୁଥିଲେ । ୨୨ ବର୍ଷ ପର୍ଯ୍ୟନ୍ତ ଏହି କାର ତାଙ୍କର ଘର ହୋଇ ରହିଥିଲା । ଏହି ଘରର ଖାସ୍ କଥା ହେଉଛି ଏହା କେତେବେଳେ ସମୁଦ୍ର ସାମ୍ନାରେ ତ କେତେବେଳେ ପାହାଡ଼ ସାମ୍ନାରେ ରହୁଥିଲା । ଏହି କାରର ଗୋଟିଏ ପାଶ୍ୱର୍ରେ ଲେଖ।।ଇଥିଲା ଯେ ଗୋଟିଏ ପରିବାର ଯିଏକି ଦୁନିଆ ବୁଲିବାକୁ ବାହରିଛନ୍ତି । ଏହି ପରିବାର ଲୋକଙ୍କ ଘରେ ଅତିଥି ଭଳି ମଧ୍ୟ ରହୁଥିଲେ । କିନ୍ତୁ ଏହି ସବୁ ଏତେ ସହଜ ନଥିଲା । ଯାତ୍ରା ସମୟରେ ହର୍ମନଙ୍କୁ ମ୍ୟାଲେରିଆ ହୋଇଯାଇଥିଲା । ପରିବାର ଯେତେବେଳେ ଏସିଆ ପାର କରୁଥିଲା ସେତେବେଳେ ବାର୍ଡଫ୍ଲୁ ପ୍ରକୋପ ରହିଥିଲା । ଆଫ୍ରିକାରେ ଇବୋଲା ତ, ମଧ୍ୟ ଆମେରିକାରେ ଡେଙ୍ଗୁର ସାମ୍ନାକୁ କରିବାକୁ ଡ଼ିଥିଲା । ଜ୍ୟାପ୍ ତାଙ୍କ ଏହି ଯାତ୍ରାକୁ ଏକ ପୁସ୍ତକରେ ଲେଖିଥିଲେ ଯାହାର ନାମ ହେଉଛି ‘କ୍ୟାଚିଙ୍ଗ ଅ ଡ୍ରିମ୍’  ଏହାହିଁ ତାଙ୍କ ଯାତ୍ରା ସମୟରେ ଟଙ୍କା ରୋଜଗାରର ଏକ ମୁଖ୍ୟ ମାଧ୍ୟମ ଥିଲା ।

ସେ ତାଙ୍କ ଯାତ୍ରାରେ ଆମେରିକା, ଆଫ୍ରିକା, ଓସମାନିଆ, ଏସିଆ ଏବଂ ୟୁରୋପ ବୁଲିଛନ୍ତି । ମାଉଣ୍ଟ ଏଭରେଷ୍ଟ, ଇଜିପ୍ଟର ପିରାମିଡ୍ ଇତ୍ୟାଦି ସ୍ଥାନ ନିଜ ପିଲାଙ୍କ ସହ ବୁଲିଛନ୍ତି । ଏହି ସମୟରେ ପିଲାମାନେ ନିଜେ ପାଠ ମଧ୍ୟ ପଢ଼ିଛନ୍ତି ।

Get real time updates directly on you device, subscribe now.