fbpx

୨ ବର୍ଷ ପରେ ପୁଣି ଆରମ୍ଭ ହେଲା ଇ-ଟୁରିଷ୍ଟ ଭିସା ସୁବିଧା, ୧୫୬ ଦେଶର ପର୍ଯ୍ୟଟକଙ୍କୁ ମିଳିବ ଭିସା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରର ସ୍ଥିତି ଦେଶରେ ସ୍ୱାଭାବିକ ହେବା ପରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୧୫୬ ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ପୁଣିଥରେ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିସା ସୁବିଧା ଆରମ୍ଭ କରିଛନ୍ତି । କରୋନା ଆରମ୍ଭ ହେବା ପରେ ମାର୍ଚ୍ଚ ୨୦୨୦ରୁ ଭାରତ ସରକାର ଏହି ସୁବିଧା ସ୍ଥଗିତ ରଖିଥିଲେ । ଯଦି ଭାରତୀୟ ନାଗରିକମାନେ ବିଦେଶ ଭ୍ରମଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ୫୯ ଟି ଦେଶରେ କୌଣସି ପ୍ରକାରର ଭିସା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଭାରତୀୟ ପାସପୋର୍ଟଧାରୀମାନେ ଭିସା ବିନା ବିଶ୍ୱର ୫୯ ଟି ଦେଶକୁ ଯାତ୍ରା କରିପାରିବେ । ମାଇକ୍ରୋନେସିଆ, ଫିଜି, ସେରା ଲିଓନ୍‌, ମାର୍ଶଲ ଦ୍ୱୀପପୁଞ୍ଜ, ପାଲା ଦ୍ୱୀପପୁଞ୍ଜ, ସାମୋଆ, ଟୁଭାଲୁ, ଭାନୁୟୁଟୁ, ଇରାନ, ଜୋର୍ଡାନ, କାତାର, ଆଲବାନିଆ, ସର୍ବିଆ, ବାରବାଡୋସ, ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ, ଡୋମିନିକା, ଗ୍ରେନାଡା, ହାଇତି, ମାଲଦ୍ୱୀପ, ଟ୍ୟୁନିସିଆ, ଜାମାଇକା, ମୋଣ୍ଟସେରାଟ, ସେଣ୍ଟ କିଟ୍ସ ଏବଂ ନେଭିସ୍‌, ସେଣ୍ଟ ଲୁସିଆ, କୁକ ଦ୍ୱୀପପୁଞ୍ଜ, ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାକାଓ, ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ତିମୋର-ଲେଷ୍ଟେ, ଏଲ ସାଲଭାଡୋର, ବୋତସ୍ୱାନା , ଇଥିଓପିଆ, ଗାବନ୍‌, ଗୁଇନିଆ-ବିସାଉ, ମାଡାଗାସ୍କର, ମୋରିଟାନିଆ, ମରିସସ୍‌, ମୋଜାମ୍ବିକ୍‌, ନିୟୁ, ରୁୱାଣ୍ଡା, ଶ୍ରୀଲଙ୍କା, ବଲିଭିଆ, ସେଚେଲସ୍‌, ସୋମାଲିଆ, ତାଞ୍ଜାନିଆ, ଟୋଗୋ, ଓମାନ, ସେନେଗାଲ, ଉଗାଣ୍ଡା ଏବଂ ଜିମ୍ବାୱେରେ ଆଦି ଦେଶକୁ ଯାତ୍ରା କରିାରିବେ ।

Get real time updates directly on you device, subscribe now.