fbpx

ବାଇକ୍ ଉପରେ ପ୍ରେମୀଯୁଗଳଙ୍କ ଲଭ୍ ସିନ୍: ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ, ଦେଖନ୍ତୁ ଭିଡିଓ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଯୁବକ-ଯୁବତୀଙ୍କ ଚଳନ୍ତା ବାଇକ ଉପରେ ଲଭ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ଦୁହିଁଙ୍କୁ ଖୋଜିବାରେ ଲାଗିଛି ପୋଲିସ ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଭୋପାଳର ଭିଆଇପି ରୋଡର ବୋଲି ଜଣାପଡିଛି । ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ତାଙ୍କ ମୁହଁ ବାଇକ ଚଳାଉଥିବା ଯୁବକ ଆଡକୁ ରହିଛି । ଯୁବକ ମଧ୍ୟ ସାମ୍ନାକୁ ବସିଥିବା ଯୁବତୀଙ୍କୁ ଆଲିଙ୍ଗନ କରି ବାଇକ୍ ଚଳାଉଛି । ଯେବେ ଦୁହେଁ ଭିଆଇପି ରୋଡରେ ଯାଉଥିଲେ, ସେବେ ପାଖରେ ଚାଲୁଥିବା କାର ଭିତରୁ କେହିଜଣେ ଏହାର ଭିଡିଓ କରିଥିଲେ ।

୧୩ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଭିଡିଓରେ ବାଇକ ଉପରେ ଯୁବକଙ୍କୁ ଆଲିଙ୍ଗନ କରି ବସିଥିବା ଯୁବତୀ ମୋବାଇଲକୁ ଦେଖିବା ପରେ ମୁଣ୍ଡ ତଳକୁ କରୁଥିବା ଦେଖିବାକୁ ମିଳୁଛି । ଏଭଳି ବିପଜ୍ଜନକ ଭାବରେ ବାଇକ୍ ଚଳାଇବାର ଭିଡିଓ କେବେ ସୁଟିଂ ହୋଇଛି, କିଏ କରିଛି ଓ ବାଇକ ଉପରେ ଦେଖାଯାଉଥିବା ଯୁବକ ଯୁବତୀ କିଏ, ଏହାର କୌଣସି ସୂଚନା ମିଳିନାହିଁ ବୋଲି ଭୋପାଳ ଏସପି ବିଜୟ କୁମାର କହିଛନ୍ତି । ପୋଲିସ ଏବେ ସିସିଟିଭି ଫୁଟେଜ ବାହାର କରିବା ସହ ବାଇକ୍ ନମ୍ବରକୁ ଟ୍ରେସ୍ କରି ଯୁବକ ଯୁବତୀଙ୍କ ପରିଚୟ ଜାଣିବାକୁ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.