ନୂଆଦିଲ୍ଲୀ: ବର୍ତ୍ତମାନ ଅନେକ ସେଲିବ୍ରିଟି ନିଜ ନିଜ ବୈବାହିକ ଜୀବନରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଅଦାଲତ ଜଣେ ଷ୍ଟାର ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇଛନ୍ତି । ଉଭୟଙ୍କ ଡିଭୋର୍ସକୁ ମଞ୍ଜୁରୀ ଦେଇଛନ୍ତି ଫ୍ୟାମିଲି କୋର୍ଟ । ପତ୍ନୀଙ୍କୁ ଭୁଲ ବୋଲି କହି ବିବାହ ବିଚ୍ଛେଦ ଗ୍ରହଣ କରିଛନ୍ତି ଅଦାଲତ । ପତ୍ନୀଙ୍କ ବିରୋଧରେ ସ୍ୱାମୀ ଆଣିଥିବା ଅଭିଯୋଗକୁ ଗ୍ରହଣ କରିବା ସହ ପତ୍ନୀ ମାନସିକ ପୀଡ଼ା ଦେଇଥିବା କୋର୍ଟ ରାୟ ଶୁଣାଇଛନ୍ତି ।
ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶିଖର ଧୱନ ପତ୍ନୀଙ୍କ ବିରୋଧରେ କରିଥିବା ଏହି ମାମଲାରେ ବିଜୟୀ ହୋଇଛନ୍ତି । ପଟିଆଲା ହାଉସ କୋର୍ଟ ଶିଖର ଏବଂ ପତ୍ନୀ ଆୟେଶାଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ ମାନି ନେଇଛନ୍ତି ଯେ, ଆୟେଶା ଧୱନଙ୍କୁ ତାଙ୍କର ଏକମାତୟ ପୁଅଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଲଗା ରହିବା ପାଇଁ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଇଛନ୍ତି । ପତ୍ନୀଙ୍କ ବିରୋଧରେ ଶିଖର କରିଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଫ୍ୟାମିଲି କୋର୍ଟ ବିଚାରପତି ହରିଶ କୁମାର । ତେବେ ଶିଖରଙ୍କ ସମସ୍ତ ଅଭିଯୋଗର ଉତ୍ତର ଦେଇ ପାରିନାହାନ୍ତି ପତ୍ନୀ ଆୟେଶା । ଧୱନ ନିଜ ଛାଡ଼ପତ୍ର ଆବେଦନରେ କହିଥିଲେ ଯେ, ଆୟେଶା ତାଙ୍କୁ ମାସିକ ଯନ୍ତ୍ରଣା ଦେଉଛନ୍ତି । ତେବେ ଦମ୍ପତିଙ୍କ ପୁଅର ସ୍ଥାୟୀ ହେପାଜତ ଉପରେ କୋର୍ଟ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି।
ଭାରତ ଏବଂ ଅଷ୍ଟ୍ରେଲିଆରେ କିଛି ସମୟ ପାଇଁ ଭିଡିଓ କଲ୍ ରେ ପୁଅଙ୍କୁ ଭେଟିବା ସହ କଥା ହେବା ପାଇଁ କୋର୍ଟ ଧୱନଙ୍କୁ ଅନୁମତି ଦେଇଛନ୍ତି। ସ୍କୁଲ ଛୁଟି ସମୟରେ ଧୱନ ଏବଂ ପରିବାର ସଦସ୍ୟଙ୍କ ସହିତ ରହିବା ପାଇଁ ଏବଂ ଭେଟ କରିବା ପାଇଁ ପୁଅକୁ ଭାରତ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।