fbpx
BSKY
BJD MC SKY
BJD YOUTH SKY

ଖୁବଶୀଘ୍ର ହୁ’ ପକ୍ଷରୁ କୋଭାକ୍ସିନକୁ ମିଳିବ ମଞ୍ଜୁରୀ! ମୁଖ୍ୟ ବିଶେଷଜ୍ଞ କହିଲେ, ଶେଷ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳ

ନୂଆଦିଲ୍ଲୀ: ଦେଶୀ ଭାକସିନ୍ କୋଭାକ୍ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପାଇଁ ଖୁସି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀର ଅପେକ୍ଷାରେ ଥିବା କମ୍ପାନୀ ଭାରତ ବାୟୋଟେକ୍ କୁ ହୁ’ ର ମୁଖ୍ୟ ବିଶେଷଜ୍ଞ ପ୍ରଭାବଶାଳୀ ବୋଲି କହିଛନ୍ତି । ଏଥିସହିତ ଏହାର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ହୁ’ର ମୁଖ୍ୟ ବିଶେଷଜ୍ଞ ଡା. ସୌମ୍ୟା ସ୍ୱାମୀନାଥନ୍ ଗୁରୁବାର ଦିନ କହିଛନ୍ତି ଯେ, ଭାରତ ବାୟୋଟେକ୍ ଟିକା କୋଭାକ୍ସିନ୍ ର ଟ୍ରାଏଲ୍ ର ଡାଟା ଖୁବ୍ ଭଲ ରହିଛି । ତେବେ ଏଥିରୁ ହିଁ ଲାଗୁଛି ଯେ, ଖୁବ୍ ଶୀଘ୍ର କୋଭାକ୍ସିନ୍ କୁ ମଞ୍ଜୁରୀ ମିଳିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ସେହି ଟିକା ଉପରେ ଅଧିକ ନଜର ରଖିଛନ୍ତି ଯାହାକୁ ବର୍ତ୍ତମାନ ଜରୁରୀକାଳୀନ ବ୍ୟବହାରରେ ଲଗାଯାଇଛି । ସେଗୁଡ଼ିକ କେତେ ପ୍ରଭାବଶାଳୀ ତାହା ଉପରେ କଡ଼ା ନଜର ରଖାଯାଇଛି । ଏହି ପରିପ୍ରେକ୍ଷୀରେ କୋଭାକ୍ସିନ୍ ର ଫଳାଫଳ ଖୁବ୍ ଭଲ ରହିଛି । କୋଭିଡ୍ ବିରୋଧରେ ଭଲ ଆଣ୍ଟିବଡି ତିଆରି କରିବାରେ ସଫଳ ହେଉଛି । ସେ କହିଛନ୍ତି ଯେ, ଭାରତ ଓ ବ୍ରିଟେନ୍ ଭଳି ଦେଶରେ ଟିକାକରଣକୁ ଯେପରି ଅଧିକ ଦିଆଯିବା ଦରକାର ଏବଂ ଏହି ଭଳି ଦେଶ ମାନଙ୍କରେ ଅତିକମରେ ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଠାରେ ପ୍ରାଥମିକ ଟିକାକରଣ କରିବା ଦରକାର ।

ସୂଚନାଯୋଗ୍ୟ, କୋଭାକ୍ସିନ୍ ର ତୃତୀୟ ପର୍ୟ୍ୟାୟ ପରୀକ୍ଷଣର ଫଳାଫଳ ପ୍ରକାଶ ପାଇଛି । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ ପାଇଁ ଶେଷ ପର୍ୟ୍ୟାୟରୁ ତଥ୍ୟ ବିଶ୍ଳେଷଣ କରିଛି ଏବଂ ଏହା କରୋନା ରୋଗୀ ଏବଂ ଡେଲଟା ଭାରିଆଣ୍ଟ ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ଜଣାପଡିଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରକାଶିତ ପରୀକ୍ଷଣର ତଥ୍ୟ ଅନୁଯାୟୀ, ଶେଷ ପର୍ୟ୍ୟାୟ ପରୀକ୍ଷଣରେ କରୋନା ବିରୋଧରେ ସ୍ୱଦେଶୀ ଟିକା ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି ।

Get real time updates directly on you device, subscribe now.