fbpx

ଜୁଲାଇରେ ସରିବ ରାଜଧାନୀରେ ଟିକାକରଣ, ଜାଣନ୍ତୁ କଣ କହିଲେ କମିସନର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହୋଇଗଲାଣି ରାଜ୍ୟ ଓ ରାଜଧାନୀ । ଏଥିପାଇଁ ବ୍ୟାପକ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ୱ । ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୫ଲକ୍ଷ ଡୋଜ ଟିକା ଦିଆସାରିଛି । ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରରେ ଶେଷ ହେବ ଟିକାକରଣ । ବିଏମସି କମିସନର ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି ।

କମିସନରଙ୍କ କହିବା ଅନୁସାରେ ଗର୍ଭବତୀଙ୍କୁ ସ୍ୱତନ୍ତ୍ର ଟିକାକରଣ ପାଇଁ ଏଏନଏମଙ୍କୁ ତାଲିମ ଦିଆଯାଉଛି । ୧୫ ତାରିଖ ସୁଦ୍ଧା ତାଲିମ ଶେଷ ହେବା ପରେ ଆରମ୍ଭ ହେବ ଟିକାକରଣ କାର୍ଯ୍ୟ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଉଛି । କୋଭିଡ ସଂକ୍ରମଣ କିଛିଟା ନିୟନ୍ତ୍ରଣରେ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭୟ ହଟିନାହିଁ । ଶୁକ୍ରବାର ପୁଣି ତାଲିକାର ଶୀର୍ଷରେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ । ତେବେ ସମ୍ପ୍ରତି ସମୟ ଅଛି କୋଭିଡ କଟକଣାକୁ ପାଳନ କରିବା ଓ ସତର୍କ ରହିବା ବୋଲି ମତ ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।

Get real time updates directly on you device, subscribe now.