fbpx

ଓମିକ୍ରନକୁ କେନ୍ଦ୍ର ସରକାରଙ୍କ ସତର୍କତା, ୧୦ ରାଜ୍ୟକୁ ପଠାଯିବ ସ୍ପେଶାଲ ଟିମ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି । ଦେଶର ୧୭ଟି ରାଜ୍ୟରୁ ୪୧୫ ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଏହି ନୂଆ ସଙ୍କଟର ସବୁଠାରୁ ଅଧିକ ବିପଦ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ ଦେଖିବାକୁ ମିଳୁଛି । ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ନୂଆବର୍ଷ ଓ ବଡ଼ଦିନ ଉତ୍ସବରେ ବି କଟକଣା ଲଗାଯାଇଛି । ଏହା ସହିତ ରାଜ୍ୟରେ ନାଇଟ୍ କର୍ଫ୍ୟୁ ବି ଲାଗୁ ହୋଇଛି । ଓମିକ୍ରନ ଯୋଗୁଁ କରୋନା ମାମଲା ବି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ଓମିକ୍ରନ ବିପଦ ବଢ଼ୁଥିବାରୁ ଟିକାକରଣ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରି ପରିସ୍ଥିତିରେ ୧୦ଟି ରାଜ୍ୟର ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର, ଯେଉଁଠାରେ ଟିକାକରଣ କମ୍ ରହିଛି । ଓମିକ୍ରନ ମୁକାବିଲା ପାଇଁ ୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ । ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ କେନ୍ଦ୍ରୀୟ ଟିମ୍ ଗସ୍ତ କରିବ । ସେହି ୧୦ଟି ରାଜ୍ୟ ହେଉଛି- କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ୟୁପି, ଝାଡ଼ଖଣ୍ଡ ଓ ପଞ୍ଜାବ ।

Get real time updates directly on you device, subscribe now.