fbpx

ରାଜ୍ୟକୁ ଏପର୍ଯ୍ୟନ୍ତ ଫେରିଲେଣି ଲକ୍ଷେ ୩୩ହଜାର ୨୪୫ ଜଣ ପ୍ରବାସୀ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । କରୋନା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି । କୋଭିଡ଼ ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଓଡ଼ିଶା ଉପରେ ଏହି ବାତ୍ୟାର ଏତେ ପ୍ରଭାବ ପଡ଼ି ନାହିଁ । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କିଛି ପ୍ରଭାବ ପଡ଼ିବ । ସରକାରଙ୍କୁ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି ଓ ବାତ୍ୟା ପାଇଁ ଚିନ୍ତା କରନ୍ତୁନି ବୋଲି ସେ କହିଛନ୍ତି ।
କରୋନା ନେଇ ଅଧିକ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଇଛି । ରାଜ୍ୟକୁ ଏପର୍ଯ୍ୟନ୍ତ ଲକ୍ଷେ ୩୩ହଜାର ୨୪୫ ଜଣ ପ୍ରବାସୀ ଫେରିଛନ୍ତି । ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୫୫ହଜାର ପ୍ରବାସୀ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଉ ୫ହଜାର ଶଯ୍ୟା ବଢ଼ାଇବାକୁ ଯୋଜନା ରହିଛି ।
ରାଜ୍ୟରେ ଆଉ ୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୬କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.