fbpx

ପୁଣି ଡରାଇଲା କରୋନା: ରାଜଧାନୀକୁ ଫେରିଲା କଟକଣା, ସ୍କୁଲ ପିଲାଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଇଲାଣି ମହାମାରୀ କରୋନା ସଂକ୍ରମଣ । ଏବେ ସଂକ୍ରମଣ ବୃଦ୍ଧି ପାଇଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ଏସ୍‌ଓପି ଜାରି କରିଛନ୍ତି । ବିଶେଷକରି ସ୍କୁଲ ପିଲାଙ୍କ ପାଇଁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫେବୃଆରୀ ୨୭ ପରେ ଏହା ସର୍ବାଧିକ ମାମଲା ବୋଲି କୁହାଯାଉଛି । ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଦିଲ୍ଲୀ ସରକାର ସ୍କୁଲ ପିଲାଙ୍କ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି । ସ୍କୁଲ ଖୋଲା ରହିବ ହେଲେ ସ୍କୁଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଟିକା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି । ଦିଲ୍ଲୀ ବିର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃକ୍ଷ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଘୋଷଣା କରିଛନ୍ତି । ଏସ୍‌ଓପି ଯେପରି ଠିକ୍‌ଭାବେ ପାଳନ କରାଯାଏ ତା’ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପ୍ରାଥମିକତା ଦିଆଯାଇଛି ।

Get real time updates directly on you device, subscribe now.