fbpx

ତିନି ବର୍ଷ ପରେ ପୁଣି କଡ଼ ଲେଉଟାଇଲା କରୋନା! ୨୪ ଘଣ୍ଟାରେ ବଢ଼ିଲା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୮ଟି ନିୟମ ମାନନ୍ତୁ

ନୂଆଦିଲ୍ଲୀ: ତିନି ବର୍ଷ ପରେ ପୁଣି ଥରେ କରୋନା ଭାଇରସ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଲାଣି । ସାରା ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ ବୃଦ୍ଧି ପାଇ ୧.୩୩ ପ୍ରତିଶତରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧,୫୯୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ଗତ ୧୪୬ ଦିନ ମଧ୍ୟରେ ସବୁଠାରୁ ଅଧିକ ଅଟେ ।

ଭାରତରେ ବର୍ତ୍ତମାନ କୋଭିଡର ସକ୍ରିୟ ମାମଲା ୮,୬୦୧ ରହିଥିବା ବେଳେ ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଲର୍ଟ ମୋଡ଼କୁ ଚାଲି ଆସିଛି । ମନ୍ତ୍ରଣାଳୟ ପକ୍ଷରୁ କରୋନାକୁ ନେଇ ଜଏଣ୍ଟ ଆଡଭାଇଜରୀ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ସାବଧାନ ରହିବା ପାଇଁ ଅପିଲ କରାଯାଇଛି । ହାତ ସଫା ରଖିବା ଓ ନିଃଶ୍ୱାସ ନେବା ପରି ସମସ୍ୟାକୁ ନେଇ ସଚେତନ ରହିବା ନେଇ ଜୋର ଦିଆଯାଇଛି ।

୧- ପୂର୍ବରୁ ସଂକ୍ରମିତ ହୋଇଥିବା ଓ ବୟସ୍କମାନେ ଭିଡ଼ ଜାଗାକୁ ଯାଆନ୍ତୁ ନାହିଁ । ୨- ଡ୍ୟୁଟିରେ ଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ରୋଗୀ ଓ ପରିଜନମାନେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ । ୩- ଭିଡ଼ ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ । ୪- ଛିଙ୍କ ବା କାଶ ସମୟରେ ନାକ ଓ ମୁହଁକୁ ଢାଙ୍କିବା ପାଇଁ ରୁମାଲ / ଟିସୁ ପେପର ବ୍ୟବହାର କରନ୍ତୁ । ୫- ହାତକୁ ବାରମ୍ବାର ଧୁଅନ୍ତୁ । ୬- ସାର୍ବଜନିକ ସ୍ଥାନରେ ଛେପ ପକାନ୍ତୁ ନାହିଁ । ୭- ଟେଷ୍ଟିଂକୁ ଗୁରୁତ୍ୱ ଦିଅନ୍ତୁ ଓ ଲକ୍ଷଣ ଦେଖାଦେଲେ ତଥ୍ୟ ଶେୟାର କରନ୍ତୁ । ୮- ଶ୍ୱାସ ବୀମାରୀ ପୀଡ଼ିତ ସାବଧାନ ରହିବା ଜରୁରୀ । ଅନ୍ୟମାନଙ୍କ ସହିତ ମିଶିବା ସୀମିତ କରନ୍ତୁ ।

Get real time updates directly on you device, subscribe now.