fbpx

(Video) ବଡି ନେହିଁ ଦମ୍ ଚାହିଏ: ୧୯୦ କେଜିର ଯୁବକ ଓ ୭୨ ବର୍ଷୀୟ ବୃଦ୍ଧଙ୍କ ମଧ୍ୟରେ ଫାଇଟ୍, କିଏ ଜିତିବ?

ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ଉଚ୍ଚତା, ମୋଟା, ସୁସ୍ଥ ସବଳ ଥିବା ଲୋକଙ୍କୁ ଆମେ ଶକ୍ତିଶାଳୀ ବୋଲି କହିଥାଉ । ଆକାର ଦୃଷ୍ଟିରୁ ଶକ୍ତିଶାଳୀ ଦେଖାଯାଉଥିବା ଲୋକମାନେ ପ୍ରତିପକ୍ଷଙ୍କ ଉପରେ ଭାରି ପଡ଼ିବେ ବୋଲି ସମସ୍ତେ ଅନୁମାନ କରିଥାନ୍ତି । ତେବେ ଏହି କଥା ଏବେ ଭୁଲ୍ ପ୍ରମାଣିତ ହୋଇଛି । ଜଣେ ଅଧିକ ଓଜନର ଲୋକ ଉପରେ ଅପେକ୍ଷାକୃତ ସାଧାରଣ ଲୋକଟିଏ ଭାରି ପଡ଼ିଛି ।
ସୂଚନା ମୁତାବକ, ନିକଟରେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ୧୯୦ କେଜିର ଯୁବକଙ୍କ ସହିତ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ଲଢ଼େଇ ଦେଖିବାକୁ ମିଳିଛି । ଏହି ବୃଦ୍ଧ ଜଣଙ୍କ ହାରିଯିବେ ବୋଲି ଲଢ଼େଇ ପୂର୍ବରୁ ସମସ୍ତେ ଭାବୁଥିଲେ । ମାତ୍ର ବୃଦ୍ଧ ଜଣଙ୍କ ମୁଥ ପରେ ମୁଥ ମାରି ପ୍ରତିପକ୍ଷଙ୍କୁ ଧରାଶାୟୀ କରିଦେଇଥିଲେ । ୨୬ ସେକେଣ୍ଡର ଏହି ଭିଡିଓଟି ଟ୍ୱିଟର ଆକାଉଣ୍ଟରେ ଶେୟାର କରାଯାଇଥିବା ବେଳେ ତାହାକୁ ବର୍ତ୍ତମାନ ସୁଦ୍ଧା ୩୩ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।
ଏହି ଭିଡିଓ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ‘ଟେକନିକ ଓ ଅନୁଭବ ସର୍ବଦା ଓଜନ ଓ ସାଇଜକୁ ବ୍ୟାକଫୁଟକୁ ଠେଲି ଦେଇଥାଏ’, ‘ଓଜନକୁ କମ୍ କରିବା ଓ ଫିଟ୍ ହେବା ପାଇଁ ମୋତେ ଏଭଳି ପ୍ରେରଣା ଦରକାର’ ଏପରି କମେଣ୍ଟ ସବୁ ୟୁଜର୍ସ ଦେଇଥିଲେ । ତେବେ ୭୨ ବର୍ଷ ବୟସର ଉକ୍ତ ବୃଦ୍ଧଙ୍କ ଶରୀରରେ ଏବେ ବି ୩୦-୪୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତି ଭରି ରହିଛି । ବୃଦ୍ଧ ଜଣଙ୍କ ମାତ୍ର ୨-୪ଟି ପଞ୍ଚ ମାରି ଓଜନିଆ ବ୍ୟକ୍ତିଙ୍କୁ ନୟାନ୍ତ କରିଦେଇଥିଲେ ।

Get real time updates directly on you device, subscribe now.