fbpx
BJD SKY
BJD SKY

ଏହି ୧୦-୧୨ ଦିନରେ ଆହୁରି ବଢିବ କରୋନା ସଂକ୍ରମଣ: ଏମିତି କହିଲା ପ୍ରଶାସନ

BJD

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଗକୁ ଏହି ମାମଲା ଆହୁରି ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । କିନ୍ତୁ ଏହା ପରେ ପୁଣି ଥରେ ସଂକ୍ରମଣ ହ୍ରାସ ପାଇବା ନେଇ ସୂଚନା ଦିଆଯାଇଛି । ତେବେ ସରକାରୀ ଅଧିକାରୀ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ହେବା ସଂଖ୍ୟାରେ କମ୍ ରହିଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି । ତେବେ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୧୬ ।

ସୂଚନା ଅନୁସାରେ, କରୋନାର ଏହି ଭାରିଆଣ୍ଟକୁ ଆଇସୋଲେଟ କରାଯାଇଛି ଏବଂ ଟୀକାର କ୍ଷମତାକୁ ନେଇ ମଧ୍ୟ ତଦାରଖ କରାଯାଉଛି । ତେବେ ଭାରିଆଣ୍ଟ ବିପକ୍ଷରେ ଟୀକା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି କୁହାଯାଇଛି । ଓମିକ୍ରନ ଏବଂ ଏହାର ସବ୍ ଭାରିଆଣ୍ଟ ଏବେ ମଧ୍ୟ ପ୍ରଭାବ ବିସ୍ତାର କରିଛି, ଯଦିଓ ଅଧିକାଂଶ ପ୍ରକାରରେ ରୋଗର ଗମ୍ଭୀରତା ଏବଂ ଇମ୍ୟୁନୋଲୋଜିକାଲ ସୁରକ୍ଷା କମ୍ ରହିଥାଏ । ଗତ ଫେବୃଆରୀରୁ ଓମିକ୍ରନର ଏହି ଭାରିଆଣ୍ଟ ସଂକ୍ରମଣ ୨୧.୬%ରୁ ବୃଦ୍ଧି ପାଇ ୩୫.୮ପ୍ରତିଶତରେ ପହଞ୍ଚିଛି । ତେବେ ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ମୃତ୍ୟୁହାରରେ ବୃଦ୍ଧି ହୋଇନଥିବା ଦେଖିବାକୁ ମିଳିଛି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୨୩ ଦିନର ବ୍ୟବଧାନ ପରେ ଗୋଟିଏ ଦିନର ସଂକ୍ରମଣ ୭,୮୩୦ ଛୁଇଁଛି । ଏହାପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ଦେଅନିକ ସଂକ୍ରମଣ ସର୍ବାଧିକ ୭୯୪୬ ରହିଥିଲା । ତେବେ ଆଜିର ଏହି ନୂଆ ସଂକ୍ରମିତଙ୍କ ସହିତ ଦେଶରେ ଚିକିତ୍ସାଦୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୪୦,୨୧୫ରେ ପହଞ୍ଚିଛି ।

Get real time updates directly on you device, subscribe now.