fbpx
BSKY
BJD SHG SKY
BJD YOUTH SKY

କୋରାପୁଟରେ କୋଭିଡ ସେଣ୍ଟର ଉଦଘାଟିତ

କୋରାପୁଟ,୨୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ କୋରାପୁଟ ଅନ୍ୱେଷା କେନ୍ଦ୍ରରେ କୋଭିଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ।

ତେବେ ଆଜି ରାଜ୍ୟରେ ପୁଣି ୨୪ଜିଲ୍ଲାରୁ ସର୍ବାଧିକ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ କୁ ବୃଦ୍ଧି ପାଇଛି । ଏହା ସହ ଆଜି ୧୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି ।

Get real time updates directly on you device, subscribe now.