fbpx

ସତରେ କ’ଣ ଭାରତରେ ପୁଣି ଥରେ କରୋନାର ନୂଆ ଲହର ତାଣ୍ଡବ ରଚିବ: ଜାଣନ୍ତୁ ଏନେଇ କ’ଣ କହିଲେ AIIMSର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିକଟରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି । ଚୀନ ଓ ଉତ୍ତର କୋରିଆରେ କରୋନା ଭୟଙ୍କର ଭାବେ ମାଡ଼ିବା ଆରମ୍ଭ କଲାଣି । ତେବେ ଏଭଳି ସ୍ଥିତିରେ ଆଗକୁ ଚତୁର୍ଥ ଲହର ଆସିବାର ଆଶଙ୍କା କରାଯାଉଛି । ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା କରୋନାର ନୂଆ ଲହର ଆସିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପୁଣି ଥରେ ଦେଶବାସୀଙ୍କ ଚିନ୍ତା ବଢ଼ିଯାଇଛି ।

ଏନେଇ ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ)ର ପୂର୍ବତନ ନିର୍ଦ୍ଦେଶକ ଡା. ଏମସି ମିଶ୍ର ନିଜର ମତାମତ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ତୃତୀୟ ଲହର ସମୟରେ କରୋନା ସଂକ୍ରମଣ ଏକ ଲକ୍ଷ ପହଞ୍ଚିବା ପରେ ସଂକ୍ରମଣ ହ୍ରାସ ପାଇଥିଲା । ଗତ ଏପ୍ରିଲ ମାସରେ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ତେବେ ଯଦିଓ ଭାରତରେ ସଂକ୍ରମଣ ସାମାନ୍ୟ ରହିଛି, ତେବେ ଭାଇରସ ଦେଶରେ ଏବେ ବି ରହିଛି, ତାହା ସ୍ପଷ୍ଟ ।

କରୋନାର ଚତୁର୍ଥ ଲହର ନ ଆସିଲେ ମଧ୍ୟ ଭାଇରସ ଚାଲିଯାଇଛି ଏହା ଭାବିବା ଭୁଲ୍ । ଦେଶରୁ ଭାଇରସ୍ ସମ୍ପୂର୍ଣ୍ଣ ଭାବେ ବିନାଶ ହୋଇନାହିଁ । ଶକ୍ତି ସଂଗ୍ରହ କରିବା ପରେ ଭାଇରସ୍ ପୁଣି ଜାଗ୍ରତ ହୋଇ ଉଠିବ । ବର୍ତ୍ତମାନ କିଛି ସଂକ୍ରମିତ ଲୋକ ମଧ୍ୟ କୋଭିଡରେ ମୃତ୍ୟୁବରଣ କରୁଛନ୍ତି । ଏହି ମୃତ୍ୟୁ ସଂଖ୍ୟା ନ୍ୟୁନ ହୋଇପାରେ, ମାତ୍ର ମାତ୍ର ବିପଦ ହଟିନାହିଁ । ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବା ଜରୁରୀ ।

Get real time updates directly on you device, subscribe now.