fbpx

ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସରକାର ହଟାଇଲେ ଦେଶରୁ ଜରୁରୀ ପରିସ୍ଥିତି

Advertisement

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କା ନାଗରିକଙ୍କୁ ଶନିବାର ଏକ ବଡ଼ ଆଶ୍ୱସ୍ତି ମିଳିଛି । ଶ୍ରୀଲଙ୍କା ସରକାର ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତିକୁ ହଟାଇଛନ୍ତି । ଦେଶରେ ଅଦ୍ଭୁତପୂର୍ବ ଆର୍ଥିକ ସଙ୍କଟ ଏବଂ ସରକାର ବିରୋଧୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ତଳେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗୋଟିଏ ମାସରେ ଦ୍ୱିତୀୟ ଥର ମେ ୬ରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ । ଯାହାକୁ ଏବେ ହଟାଯାଇଛି । ଦେଶରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାରଙ୍କ ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ସଂଘର୍ଷରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ । ୧୯୪୮ ରେ ବ୍ରିଟେନ ଠାରୁ ସ୍ୱାଧୀନ ହେବା ପରେ ଏଭଳି ଆର୍ଥିକ ସଙ୍କଟ ସାମ୍ନା କରୁଛି ଦେଶ ।

ବର୍ତ୍ତମାନ ଦେଶରେ କିଭଳି ପରିସ୍ଥିତି ରହିଛି ତାହା ଏଥିରୁ ଜଣାପଡ଼ୁଛି ଯେ ଦେଶରେ ମୁଦ୍ରାସ୍ପୀତି ୪୦ ପ୍ରତିଶତକୁ ବଢ଼ିଛି । ଲୋକମାନେ ମୌଳିକ ସୁବିଧା ପାଇପାରୁନାହାଁନ୍ତି । ଔଷଧ, ତେଲ ଭଳି ଜରୁରୀ ଜିନିଷ କିଣିବା ସମ୍ଭବ ହେଉନାହିଁ । ଏପରିକି ଶ୍ରୀଲଙ୍କାରେ ଇନ୍ଧନ ଅଭାବ ମଧ୍ୟ ଉକ୍ରଟ ରହିଛି, ବର୍ତ୍ତମାନ ଶ୍ରୀଲଙ୍କାରେ ପେଟ୍ରୋଲ ପ୍ରାୟ ଶେଷ ହୋଇଛି । ଶୁକ୍ରବାର ସ୍କୁଲ ବନ୍ଦ କରାଯିବା ସହ ପ୍ରଶାସନିକ ସେବାରେ ଥିବା କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରାଯାଇଛି ।

Get real time updates directly on you device, subscribe now.