fbpx

ବ୍ୟାଟେରୀ କମ୍ପାନୀରେ ଲାଗିଲା ଭୟଙ୍କର ନିଆଁ, ୩ କର୍ମଚାରୀ ଜୀବନ୍ତ ଦଗ୍ଧ

Advertisement

ବ୍ୟାଟେରୀ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୩ ଜଣଙ୍କ ଜୀବନ । ପୁଣି ଥରେ ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ଫରିଦାବାଦର ସେକ୍ଟର-୩୭ରେ ଏକ ବ୍ୟାଟେରୀ କମ୍ପାନୀରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଲୋକମାନେ ହୋହାଲ୍ଲା କରିଥିଲେ । ଘଟଣା ନେଇ ଖବର ପାଇଁ ପରେ ଦମକଳ ବାହିନୀ ଏବଂ ପୋଲିସ ସେଠାରେ ପହଞ୍ଚିଥିଲେ ।

କୁହାଯାଉଛି ଯେ ନିଆଁ ଏତେ ତୀବ୍ର ଥିଲା ଯେ ଅଗ୍ନିକାଣ୍ଡରେ ତିନି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ଗତ କିଛି ଦିନ ହେବ ଲଗାତାର ନିଆଁ ଲାଗିବାର ଖବର ଆସୁଛି । ନିକଟରେ ଦିଲ୍ଲୀ ମୁଣ୍ଡକାରେ ଚାରି ମହଲା କୋଠାରେ ନିଆଁ ଲାଗି ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା ଅନେକ ଆହତ ମଧ୍ୟ ହୋଇଥିଲେ । ସେତିକି ନୁହେଁ ଅନେକ ଏବେବି ନିଖୋଜ ରହିଛନ୍ତି ।

 

Get real time updates directly on you device, subscribe now.