fbpx

ଯାଜପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ୍

Advertisement

ଗଞ୍ଜାମ, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଯାଜପୁରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ । ଡୁବୁରି ସ୍ଥିତ ଟାଟା ମେଡ଼ିକାଲରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଛି । ଯାଜପୁର ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.