fbpx
BSKY
BJD MC SKY
BJD YOUTH SKY

ଛୁଞ୍ଚି,ସୂତା ବ୍ୟବହାର କରି ଘରେ ମାସ୍କ ତିଆରି କରୁଛନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବା ପାଇଁ ଦେଶରେ ୨୧ ଦିନଆ ଲକ୍-ଡାଉନ୍ ଲାଗୁହୋଇଛି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ଘରୁ ବାହାରିବା ବେଳେ ମାସ୍କ ନପିନ୍ଧିଥିଲେ ଦେବାକୁ ପଡୁଛି ଜୋରିମାନା । ଏନେଇ ଲୋକଙ୍କୁ ସାହାର୍ଯ୍ୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଘରେ ଛୁଞ୍ଚି ଓ ସୂତାର ବ୍ୟବହାର କରି ମାସ୍କ ପ୍ରସ୍ତୁତ କରିବା ସହ ଏହାର ଫଟୋ ଟ୍ୱିଟରେ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ଘରେ ବସି ବସି ଛୁଞ୍ଚି, ସୂତା ସାହାର୍ଯ୍ୟରେ ଆପଣମାନେ ମଧ୍ୟ ବ୍ୟବହାରଯୋଗ୍ୟ ମାସ୍କ ପ୍ରସ୍ତୁତ କରିପାରିବେ ।’

ତେବେ ସ୍ମୃତିଙ୍କର ଏହି ପ୍ରୟାସକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଂଶସା କରିବା ସହ ଆପଣଙ୍କ ଏହି ପ୍ରୟାସ ସମସ୍ତଙ୍କୁ ଘରେ ମାସ୍କ ତିଆରି କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

Get real time updates directly on you device, subscribe now.