fbpx

ସମ୍ବଲପୁରରେ କୋଭିଡ଼ ହସ୍ପିଟାଲ ଉଦଘାଟିତ

ସମ୍ବଲପୁର, ୨୨ା୪(ଓଡ଼ିଶା ଭାସ୍କର): ସମ୍ବଲପୁର ସଦର ହସ୍ପିଟାଲରେ କୋଭିଡ଼-୧୯ ହସ୍ପିଟାଲର ଉଦଘାଟନ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେହି ହସ୍ପିଟାଲରେ ୨୦୦ଶଯ୍ୟା ରହିଛି । ଏହାସହ ୧୫ଦିନ ମଧ୍ୟରେ ବଲାଙ୍ଗୀରରେ କରୋନା ଟେଷ୍ଟ ଆରମ୍ଭ ହେବ । ବଲାଙ୍ଗୀର ମେଡ଼ିକାଲ କଲେଜରେ କରୋନା ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଳାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଉଛି ।

Get real time updates directly on you device, subscribe now.