fbpx

ପ୍ରାଣ ହରାଉନାହାନ୍ତି ଟିକା ନେଇଥିବା ସଂକ୍ରମିତ ବ୍ୟକ୍ତି: ଏମ୍ସ ଗବେଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଅନେକ ଦିନକୁ ଏମ୍ସ ପକ୍ଷରୁ ଟିକା ନେଉଥିବା ବ୍ୟକ୍ତିଙ୍କ ଉପରେ ଏକ ଗବେଷଣା କରାଯାଇଥିଲା । ଯାହାର ଫଳ ଆଜି ଆସିଯାଇଛି । ଯାହା ଖୁବ୍ ଆଶ୍ୱସ୍ତିକର । ତା ହେଉଛି କରୋନା ଟିକାର ଡବଲ୍ ଡୋଜ୍ ନେଉଥିବା କୌଣସି ଲୋକ ସଂକ୍ରମଣ କାରଣରୁ ପ୍ରାଣ ହରାଇ ନାହାନ୍ତି । ଏହି ଗବେଷଣା ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ ଉପରେ ହୋଇଥିବା ବେଳେ ଏଥିରେ ସାମିଲ ୬୩ ଜଣ ସାମିଲ ହୋଇଥିଲେ । ସେଥିମଧ୍ୟରୁ ୩୬ ଜଣଙ୍କୁ ଡବଲ୍ ଡୋଜ୍ ନେଇଥିବା ବେଳେ ୨୭ ଜଣ ସିଙ୍ଗଲ୍ ଡୋଜ୍ ନେଇଥିଲେ । ସେପଟେ ୧୦ ଜଣଙ୍କୁ କୋଭିସିଲ୍ଡ ଏବଂ ୫୩ ଜଣଙ୍କୁ କୋଭାକ୍ସିନ୍ ଦିଆଯାଇଥିଲା । ଆଉ ଟିକା ନେଇଥିବା ସମସ୍ତ ବ୍ୟକ୍ତିଙ୍କ ବୟସ ୨୧ରୁ ୯୨ ମଧ୍ୟରେ ରହିଥିଲା ବୋଲି ଏମ୍ସ ପକ୍ଷରୁ କୁହାଯାଇଛି ।

ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଟିକା ନେବା ପରେ ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ଅର୍ଥାତ୍ ପରୋକ୍ଷରେ କହିଲେ ଟିକା ନେବା ଦ୍ୱାରା ଯଦି ଆମେ ସଂକ୍ରମିତ ହେଉଛେ ତାହେଲେ ମୃତ୍ୟୁର ଆଶଙ୍କା ଖୁବ୍ କମ୍ । ତେବେ ଏହି ଗବେଷଣାର ନାଁ ହେଉଛି ଜିନୋମ୍ ସିକ୍ୱେନ୍ସିଂ । ଏହି ଗବେଷଣା ଦ୍ୱାରା ହିଁ ଏହି ତଥ୍ୟ ହାସଲ କରାଯାଇ ପାରିଛି । ଗବେଷକମାନେ ବ୍ରେକଥ୍ରୁ ସଂକ୍ରମଣ ବିଷୟରେ ତର୍ଜମା କରି ଏହି ତଥ୍ୟ ଜାଣିବାରେ ସଫଳ ହୋଇଛନ୍ତି । ଆଉ ଏମ୍ସ ପକ୍ଷରୁ ଏପ୍ରିଲ-ମେ ମାସରେ ବ୍ରେକଥ୍ରୁ ସଂକ୍ରମଣ ସମ୍ପର୍କରେ ଗବେଷଣା ହୋଇଥିଲା । ତେଣୁ ବର୍ତ୍ତମାନ ଏମ୍ସ ବିଶେଷଜ୍ଞ ମାନେ କହିଛନ୍ତି ଯେ, କୌଣସି ଲୋକ ଟିକା ଦେବା ନେଇ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆପଣ ମାନେ କୋଭିଡ୍ ମୃତ୍ୟୁରୁ ବର୍ତ୍ତି ପାରିବେ । ଯାହା ଏବେ ଗବେଷଣାରୁ ଜଣାପଡିଛି ।

Get real time updates directly on you device, subscribe now.