Covid 19: 12 ଜିଲ୍ଲାକୁ ବ୍ୟାପିଲାଣି କୋଭିଡ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି

ରାଜ୍ୟରେ କାୟା ମେଲାଉଛି କରୋନା ସଂକ୍ରମଣ ।

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ରାଜ୍ୟର 12 ଜିଲ୍ଲାକୁ ବ୍ୟାପିଛି କରୋନା ସଂକ୍ରମଣ । .

ବର୍ତ୍ତମାନ ଗଞ୍ଜାମ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଏବଂ ଅନୁଗୁଳ ଜିଲ୍ଲାକୁ ମଧ୍ୟ କରୋନା ସଂକ୍ରମିତ ବ୍ୟାପିଛି ।

ଗତକାଲିର ରିପୋର୍ଟ ଅନୁସାରେ, ରାଜ୍ୟରେ ପ୍ରାୟ 56ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସବୁଠାରୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । 23ଜଣ ସଂକ୍ରମିତ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

କଟକରୁ ୧୮ ଜଣ, ପୁରୀ ଜିଲ୍ଲାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର, ସୁନ୍ଦରଗଡ଼ ଏବଂ ବାଲେଶ୍ବର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବରଗଡ଼, କନ୍ଧମାଳ, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।