fbpx
BSKY
BJD SHG SKY
BJD YOUTH SKY

ପାର୍ବଣରେ ବଢ଼ିବ କରୋନା: ଦିପାବଳୀ ପରେ ଆସିପାରେ ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ-ଏପ୍ରିଲ ମାସରେ ଦେଶ କରୋନାର ଦ୍ୱିତୀୟ ଲହର କବଳରେ ରହିଥିଲା । ତେବେ ଆଗକୁ ଧନତେରସ, ଦିପାବଳୀ ଓ ଛଠ ପୂଜା ଆଦି ପର୍ବ ଆସିବାକୁ ଥିବାରୁ ଏହି ସମୟରେ ତୃତୀୟ ଲହରର ଆଗମନ ହୋଇପାରେ । ତେବେ ପାର୍ବଣ ଋତୁରେ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏବେ ବି କରୋନାର ଆଶଙ୍କା ରହିଛି, ଏହା ସମ୍ପୂର୍ଣ୍ଣ ଭାବେ ହଟିନାହିଁ । ତେଣୁ ଆଗକୁ ଆସୁଥିବା ପର୍ବପର୍ବାଣିରେ ଭିଡ଼, ଗହଳିରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ, ଜନସାଧାରଣ କୋଭିଡର ସମସ୍ତ ପ୍ରୋଟୋକଲ ମାନି ଚଳିବା ଉଚିତ୍ । ବିଶେଷ କରି ଘରୁ ବାହାରିବା ସମୟରେ ସତର୍କ ରହିବା ଦରକାର । ବର୍ତ୍ତମାନ କିଛି ଲୋକ ମାସ୍କ ଲଗାଇବାକୁ ନେଇ ବେପରୁଆ ମନୋବୃତ୍ତି ପୋଷଣ କରୁଛନ୍ତି । ଭାରତରେ ବର୍ତ୍ତମାନ ତୃତୀୟ ଲହର ଆସିବାର କୌଣସି ସମ୍ଭାବନା ଜଣାପଡ଼ିନାହିଁ । ଦେଶର ଅଧିକାଂଶ ଲୋକ ଭ୍ୟାକ୍ସିନ ନେଇ ସାରିଥିବାରୁ ଆଗକୁ ଯଦି କୌଣସି ଲହର ଆସେ ତାହା ଦ୍ୱିତୀୟ ଲହର ପରି ଭୟଙ୍କର ହେବ ନାହିଁ । ଦେଶର ଅଧିକାଂଶ ଜନତାଙ୍କ ଠାରେ ହାର୍ଟ ଇମ୍ୟୁନିଟି ସୃଷ୍ଟି ହୋଇଥିବା ସୋରୋ ସର୍ଭେରୁ ସ୍ପଷ୍ଟ ହୋଇ ସାରିଛି । ଏବେ ସୁଦ୍ଧା ୧୦୦ କୋଟି ଲୋକଙ୍କର ଟିକାକରଣ ହୋଇସାରିଥିବା ବେଳେ ଶିଶୁଙ୍କର ଚିନ୍ତା ନ କରିବାକୁ ପୂର୍ବରୁ ଏକ୍ସପର୍ଟମାନେ ମତ ଦେଇସାରିଛନ୍ତି । ତେଣୁ ଅଭିଭାବକମାନେ ନିଶ୍ଚିନ୍ତରେ ପିଲାମାନଙ୍କୁ ସ୍କୁଲ ପଠାଇ ପାରିବେ । ପାର୍ବଣ ପରେ ମହାମାରୀର ବୃଦ୍ଧି ନେଇ ଆଶଙ୍କା କରାଯାଉଥିବା କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

Get real time updates directly on you device, subscribe now.