fbpx
BSKY
BJD MC SKY
BJD YOUTH SKY

Phone pe ବ୍ୟବହାର କରୁଥିଲେ ମାସକୁ ରୋଜଗାର କରିପାରିବେ ୨୩ହଜାର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ଟଙ୍କା ଦେଣନେଣ ପାଇଁ ଆଉ କ୍ୟାସ୍ ନୁହେଁ ଲୋକେ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଯେପରିକିି ଫୋନ୍ ପେ, ପେଟିଏମ୍, ଭିମ୍ ଆପ୍ ଇତ୍ୟାଦି । ବର୍ତ୍ତମାନ ସମୟରେ ଅନଲାଇନ୍ ପେମେଣ୍ଟ୍ କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । କାରଣ ଏଥିରେ ଖୁବ୍ କମ୍ ସମୟରେ ପେମେଣ୍ଟ୍ ହୋଇପାରେ ଏବଂ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାରେ ମଧ୍ୟ ସହଜ ହୋଇଥାଏ । ହେଲେ କଣ ଆପଣ ଜାଣନ୍ତି କି ଯେଉଁ ଆପ୍ ଜରିଆରେ ଆପଣ ପେମେଣ୍ଟ କରୁଛନ୍ତି ତା ଜରିଆରେ ଆପଣ ରୋଜଗାର ମଧ୍ୟ କରିପାରିବେ ?

ଯଦି ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଆପ୍ ଫୋନ୍ ପେ ଜରିଆରେ ଘରେ ବସି ଟଙ୍କା ରୋଜଗାର କରିପାରିବେ । ତାହା ପୁଣି ମାସକୁ ୨୩ ହଜାର ଟଙ୍କା । ତେବେ ଚାଲନ୍ତୁ ଜାଣିବା କିପରି ଫୋନ୍ ପେ ଜରିଆରେ ଟଙ୍କା ରୋଜଗାର କରିପାରିବେ ।

ଏବେକା ସମୟରେ ଆମେ ଫୋନ୍ ପେ ଜରିଆରେ ଇଲେକ୍ଟ୍ରିକ୍ ବିଲ୍, ମୋବାଇଲ୍ ରିଚାର୍ଜ, ପାଣି ବିଲ୍, ଗ୍ୟାସ୍ , ଟିଭି ରିଚାର୍ଜ ସବୁକିଛି ଘରେ ବସି କରିପାରୁଛେ । ତେବେ ଏହିସବୁ କାମ ପାଇଁ ବା ଏହିସବୁ କାମକୁ ସୂଚାରୁରୂପେ ସମ୍ଭାଳିବା ପାଇଁ କମ୍ପାନୀକୁ ମଧ୍ୟ କିଛି କର୍ମଚାରୀଙ୍କ ଆବଶ୍ୟକତା ରହିଥାଏ । କିଛି ୟୁଜର୍ସ ଟଙ୍କା ଟ୍ରାନ୍ସଫର୍ କରିବା ସମୟରେ ଟ୍ରାନ୍ସଜାକ୍ସନ୍ ଫେଲ୍ ହୋଇଯାଇଥାଏ ଓ ଆକାଉଣ୍ଟରୁ ଟଙ୍କା କଟିଯାଏ । ତେଣୁ କମ୍ପାନୀ ପକ୍ଷରୁ କଷ୍ଟମର୍ କେୟାର୍ ସପୋର୍ଟ ପାଇଁ ୱର୍କ ଫ୍ରମ୍ ହୋମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଫୋନ୍ ପେ ଏହି କାମ ପାଇଁ ଅଧିକାଂଶ ଲୋକଙ୍କୁ ନିଜ ଅଫିସ୍ କୁ ଡକାଇନଥାଏ । ତେଣୁ କମ୍ପାନୀ ପକ୍ଷରୁ ଏହିସବୁ କାମ ପାଇଁ ୱର୍କ ଫ୍ରମ୍ ହୋମ୍ ଆରମ୍ଭ କରିଛି ।

ତେବେ ଏହି କାମ ପାଇଁ ଦ୍ୱାଦଶ ପାସ୍ କରିଥିବା କ୍ୟାଣ୍ଡିଡେଟ୍ ଆବେଦନ କରିପାରିବେ । ଏହାସହିତ ଏହି ପୋଷ୍ଟ ପାଇଁ ଅଣ୍ଡର୍ ଗ୍ରାଜୁଏଟ୍, ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ କ୍ୟାଣ୍ଡିଡେଟ୍ ମଧ୍ୟ ଆବେଦନ କରିପାରିବେ । ଏହି କାମ ପାଇଁ ଫ୍ରେଶର୍ସ ମାନେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଭଲ ଭାବରେ କହିବା ଓ ଲେଖିବା ଆସୁଥିବା ଦରକାର । ଅର୍ଥାତ୍ ଆପଣଙ୍କ ପାଖରେ କମ୍ୟୁନିକେସନ୍ କରିବାର କ୍ଷମତା ଭଲ ଭାବରେ ରହିଥିବା ଦରକାର । ଯାହାଫଳରେ ଆପଣ ଗ୍ରାହକଙ୍କୁ ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝାଇପାରିବେ । ଏଥିସହିତ ମୋବାଇଲ୍ ଏବଂ କମ୍ପ୍ୟୁଟର୍ ର ବ୍ୟବହାର ଭଲ ଭାବରେ ଆସୁଥିବା ଦରକାର ।

ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ସର୍ବ ପ୍ରଥମେ ଆପଣଙ୍କୁ Able App ଡାଉନଲୋଡ୍ କରିବାକୁ ହେବ । ତେବେ ଏହି ଆପ୍ ଫୋନ୍ ପେର ଏକ ପାର୍ଟନର୍ ଆପ୍ । ଏହି ଆପ୍ ରେ ଆପଣ ଏହି ପୋଷ୍ଟ୍ ପାଇଁ ପ୍ରସ୍ତୁତି ମଧ୍ୟ କରିପାରିବେ । ଏହା ବ୍ୟତୀତ ଆପଣ ଷ୍ଟଡି ମାଟେରିୟଲ୍ ମଧ୍ୟ ଏଥିରୁ ପାଇପାରିବେ । ଏହାପରେ ଆପଣଙ୍କର ଟେଷ୍ଟ୍ ଓ ଇଣ୍ଟରଭିୟୁ ନିଆଯିବ । ଆପଣ ଏଥିରେ ସିଲେକ୍ଟ ହେବାପରେ ଆପଣଙ୍କ ରିଜ୍ୟୁମ୍ Able App , ଫୋନ୍ ପେ କୁ ପଠାଇଥାଏ । ରିଜ୍ୟୁମ୍ ପଠାଇବା ପରେ ଫୋନ୍ ପେ ଆପ୍ ମଧ୍ୟ ଆପଣଙ୍କ ଇଣ୍ଟରଭିୟୁ ନେବ । ଇଣ୍ଟରଭିୟୁରେ ପାସ୍ ହେବା ପରେ ଆପଣଙ୍କୁ ଚାକିରୀ ମିଳିଯିବ ।

Get real time updates directly on you device, subscribe now.