fbpx

‘ଲିଭ୍ ଇନ୍ ରିଲେସନ୍’ ଜୀବନର ଅଂଶ, ଏହାକୁ ନେଇ ମନୋଭାବ ବଦଳାଇବା ଜରୁରୀ: କୋର୍ଟ

ପ୍ରୟାଗରାଜ: ‘ଲିଭ୍ ଇନ୍ ରିଲେସନ୍’କୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ୨ ପ୍ରେମୀ ଯୁଗଳଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକା ଉପରେ କୋର୍ଟ କହିଛନ୍ତି ଯେ, ‘ଲିଭ ଇନ୍ ରିଲେସନ୍’ ଏବେ ଜୀବନ ଏକ ଅଂଶ ହୋଇଛି ଓ ଏହାକୁ ସାମାଜିକ ନୈତିକତା ଦୃଷ୍ଟିକୋଣରୁ ନୁହେଁ ବରଂ ବ୍ୟକ୍ତିଗତ ସ୍ୱାଧୀନତା ଦୃଷ୍ଟିରୁ ଦେଖିବା ଜରୁରୀ । ଜଷ୍ଟିସ୍ ପ୍ରିତିକର ଓ ଜଷ୍ଟିସ ଆଶୁତୋଷ ଶ୍ରୀବାସ୍ତବଙ୍କ ଏକ ବେଞ୍ଚ କହିଛି ଯେ, ‘ଲିଭ୍ ଇନ୍ ରିଲେସନସିପ୍’କୁ ନେଇ ଏବେ ଦୃଷ୍ଟିକୋଣ ବଦଳାଇବା ଉଚିତ୍ ।

ତେବେ ୨ କପଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ସମାଧାନ କରିବାକୁ ଯାଇ ହାଇକୋର୍ଟ ଏହା କହିଛନ୍ତି । ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ଜୀବନରେ ହସ୍ତକ୍ଷେପ କରୁଥିବା ନେଇ ପ୍ରେମୀ ଯୁଗଳ ଅଭିଯୋଗ କରିଥିଲେ । ଗୋଟିଏ ଯାଚିକା କୁଶୀନଗରର ଶାୟରା ଖାତୁନ୍ ଓ ତାଙ୍କ ସାଥୀ କରିଥିବା ବେଳେ ଅନ୍ୟ ଆବେଦନଟି ମେରଟର ଜୀନତ୍ ପରୱିନ୍ ଓ ତାଙ୍କ ପାର୍ଟନଙ୍କ ଦ୍ୱାରା କରାଯାଇଥିଲା । ଏହି ମାମଲାରେ ପୋଲିସ ବି କିଛି ସହାୟତା କରିନଥିବା ଯାଚିକାରେ ଉଲ୍ଲେଖ କରାଯାଇଛି ।

ସେମାନଙ୍କ ଜୀବନ ଓ ସ୍ୱାଧୀନତାକୁ ଅଣଦେଖା କରାଯାଉଥିବା ନେଇ କୋର୍ଟରେ କହିଛନ୍ତି କପଲ୍ । ସମସ୍ତ ଯୁକ୍ତ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ଲିଭ୍ ଇନ୍ ରିଲେସନ୍ ଜୀବନର ଏକ ଅଂଶ ଓ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି । ଭାରତ ସମ୍ବିଧାନର ଧାରା ୨୧ ଅଧିନରେ ‘ଲିଭ ଇନ୍’କୁ ନୈତିକତା ନୁହେଁ ବରଂ ବ୍ୟକ୍ତିଗତ ସ୍ୱାଧୀନତା ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ।

Get real time updates directly on you device, subscribe now.