fbpx

ହିମାଚଳ ପ୍ରଦେଶରେ କୋହଳ ହେଲା ଲକଡାଉନ୍‌: ରାତି 8 ଟା ପର୍ଯ୍ୟନ୍ତ ଖୋଲାରହିବ ଦୋକାନ

ଶିମଲା: ଆଜି ହିମାଚଳ ପ୍ରଦେଶର କ୍ୟାବିନେଟ ବୈଠକରେ ରାଜ୍ୟରେ ଆଉ କିଛି ସ୍ଥାନରେ ଲକଡାଉନକୁ କୋହଳ କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଜୁଲାଇ 1 ରୁ 50 ପ୍ରତିଶତ କ୍ଷମତାରେ ଆନ୍ତଃରାଜ୍ୟ ବସ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ବାହାର ରାଜ୍ୟରୁ ହିମାଚଳକୁ ଆସୁଛନ୍ତି ସେମାନଙ୍କ ପାଇଁ ଇ-ପାସ୍ ନେବା ଆବଶ୍ୟକ ହେବ ନାହିଁ | ସକାଳ 9 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ | ରେଷ୍ଟୁରାଣ୍ଟ ରାତି 10 ଟା ପର୍ଯ୍ୟନ୍ତ ଖୋଲା ରହିବ | ଏହା ବ୍ୟତୀତ ଜୁଲାଇ 1 ରୁ 50% କ୍ଷମତାରେ ସରକାରୀ କାର୍ଯ୍ୟାଳୟରେ କାମ ହେବ ।

Get real time updates directly on you device, subscribe now.