fbpx
BJD SKY
BJD SKY

‘ପୁରୁଷ ବି ଛୋଟ କପଡ଼ା ପିନ୍ଧିଲେ ମହିଳାଙ୍କୁ ଅଡ଼ୁଆ’; ତସଲିମା ବର୍ଷିଲେ ଇମ୍ରାନଙ୍କ ଉପରେ

BJD

ନୂଆଦିଲ୍ଲୀ: ବଳାତ୍କାର ଏବଂ ଯୌନ ହିଂସା ପାଇଁ ମହିଳାଙ୍କ କମ୍ ପୋଷାକ ପିନ୍ଧିବାକୁ ଦାୟୀ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବେ ଅଡୁଆରେ । ପ୍ରଖ୍ୟାତ ଲେଖକ ତସଲିମା ନସରିନ୍ ଇମ୍ରାନଙ୍କ ଏକ ସାର୍ଟପିନ୍ଧିନଥିବା ଚିତ୍ର ସେୟାର କରି ପଲଟା ଜବାବ ଦେଇଛନ୍ତି ଏହା ସହ ସେ ଲେଖିଛନ୍ତି ଯେ ପୁରୁଷଙ୍କ କମ୍ ପୋଷାକ ମଧ୍ୟ ମହିଳାଙ୍କ ଉପରେ ପ୍ରଭାବ ପଡିଥାଏ ।

ଇମ୍ରାନ୍ ଲେଖିଥିଲେ ’ଯେତେବେଳେ କୌଣସି ମହିଳା ବହୁତ କମ୍ ପୋଷାକ ପିନ୍ଧିଥାନ୍ତି, ପୁରୁଷଙ୍କ ଉପରେ ପ୍ରଭାବ ପଡ଼ିଥାଏ, ଯଦି ସେ ରୋବଟ୍ ହୋଇନଥାନ୍ତି | ” ଇମ୍ରାନଙ୍କ ଏହି ବିବାଦୀୟ ବୟାନ ଉପରେ ବିବୃତ୍ତି ରଖି ତସଲିମା ନସରିନ୍ ଲେଖିଛନ୍ତି ଯେ ’ଯଦି ଜଣେ ପୁରୁଷ ବହୁତ କମ୍ ପୋଷାକ ପିନ୍ଧନ୍ତି, ତେବେ ସେ ମହିଳାଙ୍କୁ ପ୍ରଭାବିତ କରିବେ, ଯଦି ସେ ରୋବଟ୍ ନ ହୁଅନ୍ତି।’

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍‌ ଖାନ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତାକୁ ଦାୟୀ କରିଥିଲେ ଏବଂ ମହିଳାମାନଙ୍କୁ ପରଦା ପଛରେ ରହିବାକୁ ପରାମର୍ଶ ଦେବା ସହ ଏଭଳି ମନ୍ତବ୍ୟ ଦେଇଥିଲେ ।

ମହିଳାଙ୍କ ବିରୋଧରେ ଇମ୍ରାନ୍‌ଙ୍କ ବିବୃତ୍ତି ଏବଂ ମହିଳାଙ୍କୁ ପରଦା ପଛରେ ରହିବାକୁ ପରାମର୍ଶ ଦେବା ବୟାନକୁ ନେଇ ସୋସିଆଲ ମିଡିଆରେ ପୁଣି ଥରେ ଅସନ୍ତୋଷ ବଢ଼ିଛି ।

Get real time updates directly on you device, subscribe now.