fbpx
BJD SKY
BJD SKY

ଫେଲ୍ ମାରୁଛି ରାଜ୍ୟ ସରକାରଙ୍କ କୋଭିଡ୍ ରଣନୀତି, କ’ଣ କରାଯିବା ଦରକାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରିନାହିଁ । ଆଜି ରାଜ୍ୟରେ ୪୫ ଜଣଙ୍କ ମୃତ୍ୟୁ ହେବା ସହ ୨୯୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ମାସ ୧୪ ତାରିଖରୁ ରାଜ୍ୟରେ ଲଗାତାର ସଂକ୍ରମଣ ୩ ହଜାର ଉପରେ ରହୁଥିଲା । ମାତ୍ର ୩-୪ ଦିନ ୩ ହଜାର ତଳକୁ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ରାଜ୍ୟରେ ଲଗାତାର ୫୦ ଦିନିଆ ଲକଡାଉନ କାମ କରିନାହିଁ । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ୩ ହଜାରକୁ ଆସିବା ପରେ ଲାଗୁଥିବା ସତେ ଯେମିତି ଅଳ୍ପ ସମୟ ମଧ୍ୟରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଶୂନକୁ ଆସିଯିବ । ମାତ୍ର ସେପରି ହେଲା ନାହିଁ, ବରଂ କରୋନାର ଉପର ତଳ ଖେଳ ଦେଖିବାକୁ ମିଳିଥିଲା । ତେବେ କୋଭିଡ୍ ସ୍ଥିତିର ଅନୁଧ୍ୟାନ ପାଇଁ ୬ଟି ଅଧିକ ସଂକ୍ରମିତ ରାଜ୍ୟକୁ କେନ୍ଦ୍ର ସରକାର କୋଭିଡ୍ ଟିମ୍ ପଠାଇଛନ୍ତି । ଏହି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି, ଅର୍ଥାତ ଓଡ଼ିଶାରେ ସଂକ୍ରମଣ ବଢ଼ୁଛି । ଚଳିତ ବର୍ଷ ସଂକ୍ରମଣ ଆରମ୍ଭ ସମୟରେ ପଡ଼ୋଶୀ ରାଜ୍ୟମାନଙ୍କରେ ସଂକ୍ରମଣ ଭୟଙ୍କର ଥିବାବେଳେ ଓଡ଼ିଶା ଖାତା ଖୋଲିନଥିଲା । ବର୍ତ୍ତମାନର ସ୍ଥିତି ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଓଡ଼ିଶାରେ ସଂକ୍ରମଣ ବହୁତ ବଢ଼ିଛି, ପଡ଼ୋଶୀ ରାଜ୍ୟମାନଙ୍କରେ ବହୁତ କମିଛି ।

ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏ ଓ ବି ଦୁଇ କାଟୋଗୋରୀରେ ସମସ୍ତ ଜିଲ୍ଲାକୁ ବିଭକ୍ତ କରି କଟକଣା ଲାଗୁ କରିଛନ୍ତି । ବି କାଟେଗୋରିରେ ଥିବା ୧୦ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ବେଳେ ଏ କାଟୋଗୋରିରେ ଥିବା ୨୦ ଜିଲ୍ଲାରେ ସଂକ୍ରମଣ କମୁଛି । ଗୋଟିଏ ପଟେ ସଂକ୍ରମଣ କମୁନଥିବା ବେଳେ ଅନ୍ୟ ପଟେ ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ୁଛି । ଅନେକ ବିଶେଷଜ୍ଞ ମଧ୍ୟ ମତ ଦେଇଛନ୍ତି ଯେ, ତୃତୀୟ ଲହର ଆସିବ ନାହିଁ, ମାତ୍ର ଦ୍ୱିତୀୟ ଲହର ଭୟଙ୍କର ହେବ । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଦୈନିକ ମୃତ୍ୟୁସଂଖ୍ୟା ଓ ପଜିଟିଭ୍ ସଂଖ୍ୟାରେ ଖୋର୍ଦ୍ଧା ସର୍ବଦା ଆଗରେ ରହୁଥିବାରୁ ଏହାକୁ ପ୍ରଶାସନ ଗୁରୁତ୍ୱ ଦେବା ଦରକାର । ତେବେ ରାଜ୍ୟରେ ସରକାରଙ୍କ କୋଭିଡ୍ ରଣନୀତି ଏକପ୍ରକାର ଫେଲ୍ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାର କୋଭିଡ୍ ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସେଥିରୁ ସୁଫଳ ମିଳୁନଥିବାରୁ ପ୍ରଶାସନ ଏନେଇ ନୂଆ ରଣନୀତି ପ୍ରସ୍ତୁତ କରିବା ଦରକାର ।

Get real time updates directly on you device, subscribe now.