fbpx

ରାଫେଲ୍ ଚୁକ୍ତିର ଯାଞ୍ଚ ପାଇଁ ଫ୍ରାନ୍ସ ନେଲା ବଡ଼ ପଦକ୍ଷେପ, ସ୍ୱତନ୍ତ୍ର ବିଚାରପତି ହେଲେ ନିଯୁକ୍ତ

AAKASH

ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ରେ ଫ୍ରାନ୍ସ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ସହିତ ହୋଇଥିବା ୫୯ ହଜାର କୋଟି ଟଙ୍କାର ହୋଇଥିବା ରାଫେଲ୍ ଚୁକ୍ତିରେ ତଥାକଥିତ ଦୁର୍ନୀତିର ଏବେ ଫ୍ରାନ୍ସରେ ନ୍ୟାୟିକ ଯାଞ୍ଚ କରାଯିବ ଏବଂ ଏଥିପାଇଁ ଏକ ଜଜ୍ ଙ୍କୁ ମଦ୍ୟ ନିଯୁକ୍ତ କରାଯାଇଛି । ଫ୍ରାନ୍ସର ଏକ ଅନଲାଇନ୍ ଜର୍ନାଲ ମିଡିଆ ରିପୋର୍ଟରେ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, “୨୦୧୬ ମସିହାରେ ହୋଇଥିବା ଅନ୍ତରାଷ୍ଟ୍ରୀୟ ଚୁକ୍ତିର ଅତ୍ୟଧିକ ସମ୍ବେଦନଶୀଳ ଯାଞ୍ଚ ଜୁନ୍ ୧୪ ତାରିଖରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା” ।

ଫ୍ରାନ୍ସୀସ୍ ୱେବସାଇଟ୍ ରେ ଏପ୍ରିଲ୍ ୨୦୨୧ରେ ରାଫେଲ୍ ଚୁକ୍ତିକୁ ନେଇ କଥିତ ରୂପରେ ଅନେକ ଗୁଡ଼ିଏ ଅନିୟମିତତା ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯାଇଥିଲା । ଏହି ରିପୋର୍ଟ ଗୁଡିକ ମଧ୍ୟରୁ ଗୋଟିଏରେ ଦାବି କରାଯାଇଛି ଯେ, ଫ୍ରାନ୍ସର ପବ୍ଲିକ୍ ପ୍ରସିକ୍ୟୁସନ୍ ସର୍ଭିସେସ୍ ର ଆର୍ଥିକ କ୍ରାଇମ୍ ୱିଙ୍ଗର ପୂର୍ବତନ ମୁଖ୍ୟ ଇଲିୟାନେ ହାଉଲେଟ୍ ନିଜ ସହଯୋଗୀଙ୍କ ଆପତ୍ତି ସତ୍ତେ୍ୱ ରାଫେଲ୍ ଚୁକ୍ତିରେ ଦୁର୍ନୀତିର ପ୍ରମାଣର ଯାଞ୍ଚ କାର୍ଯ୍ୟକୁ ରୋକି ଦେଇଥିଲେ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, “ଫ୍ରାନ୍ସର ହିତ, ଅନୁଷ୍ଠାନଗୁଡିକର କାର୍ୟ୍ୟକାରିତା” ସୁରକ୍ଷା ନାମରେ ତଦନ୍ତ ବନ୍ଦ କରିବାକୁ ହାୱଲେଟ୍ ତାଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି ଦର୍ଶାଇଛନ୍ତି ।

ହେଲେ ବ ର୍ତ୍ତମାନର ନୁତନ ରିପୋର୍ଟରେ କୁହାଯାଇଛି ଯେ, ଏବେ ପିଏନଏଫ୍ ର ପ୍ରମୁଖ ଜୀନ-ଫ୍ରେଙ୍କୋଇସ୍ ବୋହର୍ଟ ଏହି ଯାଞ୍ଚ କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ, ୨୦୧୬ ରେ ଭାରତ ସରକାର ଫ୍ରାନ୍ସରୁ ୩୬ ଟି ରାଫେଲ୍ କିଣିବାକୁ ଏକ ଚୁକ୍ତି କରିଥିଲେ । ଏଥିମଧ୍ୟରୁ ୧୨ଟି ବିମାନ ଭର୍ତକୁ ମିଳିସାରିଛି । ଆଉ କୁହାଯାଇଛି ଯେ, ୨୦୨୨ସୁଦ୍ଧା ସବୁ ରାଫେଲ୍ ଆସିଯିବ । ଯେତେବେଳେ ଏହି ଚୁକ୍ତି ହୋଇଥିଲା ସେତେବେଳେ ମଧ୍ୟ ଅନେକ ବିବାଦ ମୁଣ୍ଡ ଟେକିଥିଲା ।

Get real time updates directly on you device, subscribe now.