fbpx
BJD SKY
BJD SKY

ଭୁବନେଶ୍ୱର ଭବାନୀ ମଲରେ କୋଭିଡ ଟେଷ୍ଟ

BJD

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି । ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଛି । ଭବାନୀ ମଲ ପରିସରରେ ଉଭୟ ଆଣ୍ଟିଜେନ ଓ ଆରଟି-ପିସିଆର ଟେଷ୍ଟର ବ୍ୟବସ୍ଥା ହୋଇଛି । ଲୋକମାନେ ନିଜ ସୁବିଧାରେ ଭବାନୀ ମଲ ଯାଇ କୋଭିଡ ଟେଷ୍ଟ କରିପାରିବେ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୮୫୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୫୫ ହଜାର ୭୭୨ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୦,୬୮୯ ଜଣ ଚିକିତ୍ସିତ ହେଉଥିବା ବେଳେ ୨୮୪ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.