fbpx

ଏଣିକି ୧୨ଶହ ଟଙ୍କାରେ ହେବ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ଼ ଟେଷ୍ଟ ଶସ୍ତା ହୋଇଛି । ଏଣିକି ୧୨ଶହ ଟଙ୍କାରେ ଆରଟି-ପିସିଆର ଟେଷ୍ଟ ହେବ । ପୂର୍ବରୁ କୋଭିଡ଼ ଟେଷ୍ଟ ପାଇଁ ୨୨ଶହଟଙ୍କାର ଦେୟ ସ୍ଥିର ହୋଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.