fbpx
BSKY SKY
BSKY SKY

ଆଜି ରାଜ୍ୟକୁ ଆସିବ ଓମିସିଓର କିଟ୍, ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶାରେ ପହଞ୍ଚିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି ପରିମାଣରେ କିଟ୍ ଆସିବା ପରେ ଆଉ ପୂର୍ବ ପରି ଆଉ ଜିନୋମ୍ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବ ନାହିଁ । ଟାଟା ଏମଡିଠାରୁ ୫ ଲକ୍ଷ କିଟ୍ ଅର୍ଡର କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଓମିସିଓର ହେଉଛି ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଓମିକ୍ରନ ଚିହ୍ନଟ କିଟ୍ । ତେବେ ରାଜ୍ୟକୁ ଓମିସିଓର ଆସିବା ପରେ ଜଣେ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ କରିବାକୁ ପଡ଼ିବନି । ନମୂନା ପରୀକ୍ଷଣ ଭଳି ଏହି କିଟ୍ ମାଧ୍ୟମରେ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ । ରାଜ୍ୟ ଔଷଧ ନିଗମ (ଓସିଏମସିଏଲ) ପକ୍ଷରୁ ଏହି କିଟ୍ ପାଇଁ ଟାଟା ଏମଡିକୁ ଅର୍ଡର ଦିଆଯାଇଥିଲା । ତେବେ କେତେ ପରିମାଣର କିଟ୍ ଆସିବା ତାହା ପରେ ସ୍ପଷ୍ଟ ହେବ ବୋଲି ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି କିଟ୍ ଫଳରେ ଜିନୋମ ସିକ୍ୱେନ୍ସିଂ କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ତେବେ ରାଜ୍ୟରେ ଏହି କିଟ୍ କିଭଳି ଉପଲବ୍ଧ ହେବ ସେନେଇ କିଛି ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.