fbpx

ଛୋଟ ପିଲା ଓ କିଶୋର-କିଶୋରୀଙ୍କ ଠାରେ ଅଧିକ ଘାତକ ହେଉଛି ଓମିକ୍ରନ, ଏହି ୩ଟି ଉପାୟରେ ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: କରୋନାର ଭାରିଆଣ୍ଟ୍ ଓମିକ୍ରନକୁ ନେଇ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ, ଯେଉଁଥିରୁ ଜଣାପଡ଼ିବ ଯେ, ଓମିକ୍ରନ କେତେ ଘାତକ । କିନ୍ତୁ ନିକଟରେ ଦିଲ୍ଲୀରେ ୭ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି କତା ସ୍ପଷ୍ଟ ହୋଇଛି ଯେ, ଭାରିଆଣ୍ଟ୍ ପିଲାଙ୍କ କ୍ଷେତ୍ରରେ ମାରାତ୍ମକ । ଏହିସବୁ ପିଲାଙ୍କ ମୃତ୍ୟୁ ଜାନୁଆରୀ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ହୋଇଛି । ଏହାପରେ ବି କିଛି ବିଶେଷଜ୍ଞ ମତ ଦେଇଥିଲେ ଯେ, ପିଲାଙ୍କ ଠାରେ କୋଭିଡ୍ ଭାଇରସ୍ ଅଧିକ ବିପଦ ସଅଷ୍ଟି କରିବ ନାହିଁ । କିନ୍ତୁ ଏହି ମୃତ୍ୟୁ ଏବଂ ନିକଟରେ ହୋଇଥିବା ଆଉ ଏକ ଅଧ୍ୟୟନ ଭିନ୍ନ ଫଳାଫଳ ପ୍ରଦାନ କରୁଛି ।

କୋଭିଡ୍ ଭାଇରସ୍ ଓ ନୁଆ ନୁଆ ଭାରିଆଣ୍ଟ ପିଲାଙ୍କ କ୍ଷେତ୍ରରେ ଘାତକ ସାଜୁଛି । ତେଣୁ ପିଲା ଏବଂ କିଶୋର-କିଶୋରୀଙ୍କୁ ଏହି ଭାରିଆଣ୍ଟ ଗୁଡ଼ିକ ଠାରୁ ବଞ୍ଚାଇବାକୁ ପାଇଁ ସବୁ ପ୍ରକାର ଉପାୟ ଆପଣାଇବା ଦରକାର । ତେବେ ଡେଲଟା ଭାରିଆଣ୍ଟ୍ ତୁଳନାରେ ଓମିକ୍ରନ ଭାରିଆଣ୍ଟ କମ୍ ପ୍ରଭାବୀ ଓ ଅଧିକ ସଂକ୍ରାମକ । ଓମିକ୍ରନ ଭାରିଆଣ୍ଟରେ ହସ୍ପିଟାଲରେ ଭର୍ତ୍ତି ହାର ଖୁବ୍ । କିନ୍ତୁ ତା ବୋଲି ଓମିକ୍ରନକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । କାରଣ ବିଶେଷଜ୍ଞଙ୍କ କହିବା ମୁତାବକ, ଓମିକ୍ରନ ଭାରିଆଣ୍ଟ ଦ୍ୱାରା ପ୍ରଭାବିତ ହୋଇଥିବା ପିଲାଙ୍କ ଠାରେ କୋଭିଡ୍ ମାମଲା ବୃଦ୍ଧି ଚିନ୍ତାଜନକ ପରିଲକ୍ଷିତ ହୋଇଛି । ଏହା ତୁଳନାରେ ଡେଲଟା ପିଲାଙ୍କ ଠାରେ କମ୍ ସଂକ୍ରାମକ ଥିଲା ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇ ଅଧିକାଂଶ ପିଲା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ଠାରେ ଓମିକ୍ରନର ଲକ୍ଷଣ ଦେଖିବାକୁ ମିଳିଛି । ଏହ ପୂର୍ବରୁ ଅନ୍ୟ ଭାରିଆଣ୍ଟ ଗୁଡ଼ିକ ଠାରେ ଏପରି ସ୍ଥିତି ଦେଖିବାକୁ ମିଳିନଥିଲା । ଯେଉଁଭଳି ଭାବେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି ଏହାକୁ ଆଂଶିକ ବୋଲି ଭାବିବା ମୁର୍ଖତା ବୋଲି କହିଛନ୍ତି ବିଶେଷଜ୍ଞ ।

ପିଲାମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନେ ସଂକ୍ରମିତ ହେଉଛନ୍ତି । ଅଧିକାଂଶ ପିଲାଙ୍କ ଠାରେ ଥଣ୍ଡା, କାଶ, ଜ୍ୱର, ମୁଣ୍ଡବିନ୍ଧା ଓ ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଅନ୍ୟପଟେ କୋ-ମୋର୍ବିଲିଟି ପିଲାଙ୍କ ଠାରେ ଗମ୍ଭୀର ରୋଗ ଦେଖିବାକୁ ମିଳିଛି । ତେଣୁ ପିଲାଙ୍କ ଟିକାକରଣ କରାିବା ଜରୁରୀ । ବାରମ୍ବାର ହାତ ଧୋଇବା, ଭିଡ ସ୍ଥାନରୁ ଦୂରେଇ ରହିବା, ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ।

Get real time updates directly on you device, subscribe now.