fbpx

ମଣିଷ ଶରୀରରେ ମାସେ ରହୁଛି କରୋନା ଭୂତାଣୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଘାତକ କରୋନା ଭାଇରସ୍ । ପ୍ରଥମ ୱେଭ୍ରେ ମଣିଷ ଶରୀରରେ ୧୫ ଦିନ ରହୁଥିବା ବିଶେଷଜ୍ଞମାନେ କହୁଥିଲେ । ହେଲେ ଦ୍ୱିତୀୟ ତରଙ୍ଗ ବେଳକୁ ରିପୋର୍ଟ ଆସିଲାଣି ମାସେ ପର୍ଯ୍ୟନ୍ତ ରହୁଛି । ତେବେ ଆଗକୁ ତୃତୀୟ ତରଙ୍ଗ ଆସୁଥିବା କୁହାଯାଉଥିବାରୁ ଏହି ଭାଇରସ୍ ପାଇଁ ସାଧାରଣରେ ଚିନ୍ତା ବଢ଼ିଗଲାଣି ।

ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ କହିବା ଅନୁସାରେ ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ଆକ୍ଟିଭ୍ ହୋଇ ରହୁଛି କରୋନା ଭାଇରସ । କିନ୍ତୁ ପ୍ରଥମ ତରଙ୍ଗରେ ଏହା ୧୫ ଦିନ ରହୁଥିଲା । ତେବେ ସମ୍ପ୍ରତି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଶରୀରରେ ସକ୍ରିୟ ରହୁଛି । ସେ ଆହୁରି କହିଛନ୍ତି ଯେ ଡେଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି । ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ ଯଦି ରୂପ ବଦଳାଇବ ତେବେ ତୃତୀୟ ତରଙ୍ଗ ଆସିପାରେ ବୋଲି ଡାକ୍ତର ସତର୍କ କରାଇ ଦେଇଛନ୍ତି । ଡେଲ୍ଟା ଭାଇରସ ପାଇଁ ସାରା ଦେଶରେ ୯୬ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.