fbpx

ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଭାଇରାଲ୍ ହେଉଛି ଅଜିଙ୍କ୍ୟ ରାହାଣେଙ୍କ ୮ ବର୍ଷ ତଳର ଟୁଇଟ୍, ଲେଖିଥିଲେ ଏପରି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଅନେକ ଆରୋପ ପ୍ରତ୍ୟାରୋପ ଲାଗିଛି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରା ଗିରଫ ହେବା ପରଠାରୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କ୍ରମାଗତ ଚର୍ଚ୍ଚା ହେଉଛି । ତାଙ୍କୁ ନେଇ ୟୁଜର୍ ମାନେ ମିମ୍ସ ତିଆରି କରି ଭାଇରାଲ୍ କରାଉଛନ୍ତି । ତାଙ୍କ ସମ୍ପର୍କିୟ ବିଭିନ୍ନ ସମାଲୋଚନା କରିବା ପରି ତଥ୍ୟକୁ ନେଇ ଟାର୍ଗେଟ କରୁଛନ୍ତି । ଏଥିସହିତ ତାଙ୍କ ପୁରୁଣଶ ଟୁଇଟ୍ ସବୁ ବି ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଇତି ମଧ୍ୟରେ ଭାରତୀୟ କ୍ରିକେଟ ତାରକା ଅଜିଙ୍କ୍ୟ ରାହାଣେ ଟ୍ରୋଲ୍ ର ଶିକାର ହୋଇଛନ୍ତି । ଗତ ୮ ବର୍ଷ ତଳେ ରାଜ୍ କୁନ୍ଦ୍ରାଙ୍କୁ କରିଥିବା ଏକ ଟୁଇଟ୍ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

ରାଜ୍ କୁନ୍ଦ୍ରା ୨୦୨୧ ଫେବୃଆରୀ ମାସରୁ ହିଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ଅଶ୍ଲୀଳ ଫିଲ୍ମ କରିବା ନେଇ ଗିରଫ କରାଯାଇଛି । ଏବେ ତାଙ୍କୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ନୂଆ ନୂଆ କଥା ଉପରୁ ପରଦା ହଟାଇବାରେ ଲାଗି ପଡ଼ିଛି । ଏସବୁ ଭିତରେ ଅଜିଙ୍କ୍ୟ ରାହାଣେ, ୨୦୧୨ ଅକ୍ଟୋବର ମାସ ୧୯ ତାରିଖରେ ରାଜ୍ କୁନ୍ଦ୍ରାଙ୍କ ଉଦ୍ଦେଶ୍ୟରେ କରିଥିବା ଏକ ଟୁଇଟ୍ ଭାଇରାଲ୍ ହେଉଛି । ଅଜିଙ୍କ୍ୟ ଲେଖିଥିଲେ ଯେ, “ସାର୍ ଆପଣ ଖୁବ୍ ଭଲ କାମ କରୁଛନ୍ତି” । ଆଉ ଏହାର ଉତ୍ତରରେ ରାଜ୍ ଲେଖିଛନ୍ତି ଯେ, “ଆପଣ ନିଶ୍ଚୟ ଆସନ୍ତୁ ଆଉ ଏହାକୁ ଲାଇଭ୍ ଦେଖନ୍ତୁ” । ରିପ୍ଲାଏରେ ରାହାଣେ ଲେଖିଛନ୍ତି, “ହଁ ନିଶ୍ଚୟ ଆସିବି” ।

ତେବେ ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଟ୍ରୋଲର୍ ମାନେ ରାହାଣେଙ୍କୁ ଟାର୍ଗେଟ କରିଛନ୍ତି । ବାସ୍ତବରେ ୨୦୧୨ରେ ରାଜ୍ କୁନ୍ଦ୍ରାଙ୍କ କୌଣସି କାମକୁ ତାରିଫ୍ କରି ରାହାଣେ ଟୁଇଟ୍ କରିଥିଲେ । ଆଉ ସେତେବେଳେ ରାଜ୍ କୁନ୍ଦ୍ରା, ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟଲସ୍ ର ସହ ମାଲିକ ଥିଲେ ।

Get real time updates directly on you device, subscribe now.