fbpx
BJD
BJD SKY
BJD SKY

ଚକୋଲେଟ୍ ଖାଇଲେ ବଢିବ ଗାଈ, ମଇଁଷିଙ୍କ କ୍ଷୀର ଦେବାର କ୍ଷମତା

ନୂଆଦିଲ୍ଲୀ:ଏପରି ଏକ ଖବର ଶୁଣି ଆପଣଙ୍କ ମୁଣ୍ଡ ବିଗିଡିଯିବ ନିଶ୍ଚୟ । ଘାସ, ତୋରାଣୀ, କୁଣ୍ଡା, ନଡା ଖାଉଥିବା ଗାଈ, ମଇଁଷିଙ୍କୁ ଚକୋଲେଟ୍ କିପରି ରୁଚିବ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିବ । କିନ୍ତୁ ଏହା ସତ । ଚିକିତ୍ସା ବିଜ୍ଞାନର ଗବେଷଣା ବଳରେ ଏହା ସମ୍ଭବ ହୋଇପାରିଛି । ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ବରେଲୀ ପକ୍ଷରୁ ବିକଶିତ କରାଯାଇଛି ଏପରି ପୋଷକ ତତ୍ତ୍ୱ ବିଶିଷ୍ଟ ଚକୋଲେଟ୍ । ଏହା ଖାଇବା ଦ୍ୱାରା ଗାଈ , ମଇଁଷିଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ବୋଲି ସଂସ୍ଥାନ ପକ୍ଷରୁ ଦାବୀ କରାଯାଇଛି । ତେବେ ଏହି ଚକୋଲେଟକୁ ପାକୁଳି କରୁଥିବା ପଶୁ ହିଁ କେବଳ ଖାଇପାରିବେ । ଏହାକୁ କୌଣସି ମଣିଷ ଖାଇପାରିବେ ନାହିଁ ।

ଏହି ଚକୋଲେଟ୍ର ନାମ ରହିଛି ୟୁଏମଏମବି । ଏହା ଖାଇବା ଦ୍ୱାରା ପଶୁଙ୍କ ପାଚନ ତନ୍ତ୍ର ଠିକ୍ ରହିବ ଓ ସେମାନଙ୍କ ଖାଦ୍ୟ ଠିକ୍ ଭାବରେ ହଜମ ହେବ । ଫଳରେ ସେମାନେ ସୁସ୍ଥ ବି ରହିବେ । ଏହି ଚକୋଲେଟ୍ ଖାଇବା ଦ୍ୱାରା ସେମାନଙ୍କ ଶରୀରେ ପ୍ରୋଟିନ ମାତ୍ରା ବି ପ୍ରଭାବିତ ହେବ ନାହିଁ । ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଚକୋଲେଟ୍ ଖାଇ ଗାଈ , ମଇଁଷି ଅଧିକ ମାତ୍ରାରେ କ୍ଷୀର ଦେବେ । ଅଧିକାଂଶ ଦୁଧିଆଳୀ ପଶୁ ପୋଷକତତ୍ତ୍ୱ ଅଭାବରୁ କମ୍ କ୍ଷୀର ଦେଇଥାନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉପରୋକ୍ତ ପଶୁ ଚିକତ୍ସା ଅନୁସନ୍ଧାନ ପକ୍ଷରୁ ଏପରି ଚକୋଲେଟ୍ ବିକଶିତ କରାଯାଇଛି ।

 

Get real time updates directly on you device, subscribe now.