fbpx

IAS ଅଧିକାରୀଙ୍କର ଟ୍ରେନିଂ କିପରି ହୋଇଥାଏ: କେଉଁଠି ଓ କେଉଁ ସ୍ଥାନରେ ପ୍ରଶିକ୍ଷଣ ସୁବିଧା ରହିଛି

ନୂଆଦିଲ୍ଲୀ: ଗତ ୨୩ ତାରିଖରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ୨୦୨୨ର ରେଜଲ୍ଟ ଘୋଷଣା କରାଯାଇଥିଲା । । ଚଳିତ ବର୍ଷ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାରୁ ଏଥଣ ୨୬ ଜଣ ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଥିବା ବେଳେ ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଥିଲେ ।

ତେବେ ସିଭିଲ ସର୍ଭିସ ପରି ଏକ ସମ୍ମାନଜନଜ ତଥା ଉଚ୍ଚପଦସ୍ଥ ଅଧିକାରୀ ଭାବେ ନୂଆ ସ୍ଥାନରେ ନିଯୁକ୍ତି ପାଇବା ପୂର୍ବରୁ ସମସ୍ତ ସଫଳ ପ୍ରାର୍ଥୀଙ୍କୁ ଏକ ଟ୍ରେନିଂରେ ଯିବାକୁ ପଡ଼ିଥାଏ । ଏହାପରେ ସେମାନେ ନୂଆ ସ୍ଥାନରେ ନୂଆ ଦାୟିତ୍ୱ ଆରମ୍ଭ କରିଥାନ୍ତି । ଆଇଏଏସ, ଆଇପିଏସ, ଆଇଏଫଏସ ଅଧିକାରୀ ହେବା ପାଇଁ ଜଣେ ସିଭିଲ ସର୍ଭିସ ଅଧିକାରୀଙ୍କୁ ଅନେକ ପ୍ରକାରର ଟ୍ରେନିଂ ନେବାକୁ ପଡ଼ିଥାଏ ।

ଜଣେ ଆଇଏସଏସ ଅଧିକାରୀଙ୍କୁ ପ୍ରଥମେ ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ (ଏଲବିଏସଏନଏଏ)ରେ ଫାଉଣ୍ଡେସନ କୋର୍ସ ସହିତ ଟ୍ରେନିଂ ନେବାକୁ ପଡ଼ିଥାଏ । ସେଠାରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀମାନେ ଟ୍ରେନିଂରେ ଅଂଶଗ୍ରହଣ କରିଥାନ୍ତି । ଏହି ଅବସରରେ ଫାଉଣ୍ଡେସନ କୋର୍ସରେ ସମସ୍ତ ଅଧିକାରୀଙ୍କୁ ବେସିକ ପ୍ରଶାସନିକ ଦକ୍ଷତା ଶିକ୍ଷା ଦିଆଯାଇଥାଏ ।

ଯେ କୌଣସି ପରିସ୍ଥିତିରେ ଅଧିକାରୀମାନେ କିପରି ଲଢ଼େଇ ଜାରି ରଖିବେ ସେନେଇ ସ୍ୱତନ୍ତ୍ର ଆକ୍ଟିଭିଟି କରାଯାଇଥାଏ । ସେଥି ମଧ୍ୟରେ ହିମାଳୟ ଟ୍ରାକିଂ ସାମିଲ ରହିଛି । ‘ବିବିଧତା ମଧ୍ୟରେ ଏକାତା’କୁ ଦର୍ଶାଇବା ଲକ୍ଷ୍ୟରେ ଇଣ୍ଡିଆ ଡେ’ ମାଧ୍ୟମରେ ସମସ୍ତ ଅଧିକାରୀମାନେ ନିଜ ନିଜର ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶନ କରିଥାନ୍ତି । ସେମାନଙ୍କର କ୍ଲାସ ନେବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି, କୃଷି, ଶିଳ୍ପ, ପଞ୍ଚାୟତିରାଜ, ଜଙ୍ଗଲ, ଆଇନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟର ଜଣାଶୁଣା ବିଶେଷଜ୍ଞ ଓ ସିନିୟର ବ୍ୟୁରୋକ୍ରାଟ ଆସିଥାନ୍ତି ।

ଏହି ଟ୍ରେନିଂ ସମୟରେ ଆଇଏଏସ ଅଧିକାରୀଙ୍କୁ କ୍ୟାଡର ହିସାବରେ ସ୍ଥାନୀୟ ଭାଷା ଶିକ୍ଷା ଦିଆଯାଇଥାଏ । ଏକାଡେମିକ ଓ ଫିଲ୍ଡ ଟ୍ରେନିଂ ପରେ ପବ୍ଲିକ ମ୍ୟାନେଜମେଣ୍ଟର ଡିଗ୍ରୀ ପ୍ରଦାନ କରଯାଇଥାଏ । ଚାକିରି ସମୟରେ ଟ୍ରେନିଂ ପାଇଁ ଅଧିକାରୀମାନେ ନିଜର କ୍ୟାଡର ରାଜ୍ୟକୁ ଯାଇଥାନ୍ତି ଓ ସେଠାରେ ଫିଲ୍ଡରେ ବିଭିନ୍ନ ଶିକ୍ଷା ଗ୍ରହଣ କରିଥାନ୍ତି ।

Get real time updates directly on you device, subscribe now.