କିଏ ଏହି ମହିଳା ? କାହିଁକି ବାବା ବାଗେଶ୍ୱର ଦରବାରରେ କାନ୍ଦିଲେ ଓ ସନାତନ ହେବା ପାଇଁ ଜିଦ୍ ଧରିଲେ..

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ : ଅନେକ ବିବାଦୀୟ ବୟାନ ପାଇଁ ଧୀରେନ୍ଦ୍ର କଷ୍ଣ ଶାସ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି । ୟୁଟ୍ୟୁବ୍ ରେ ମଧ୍ୟ ଅନେକ ଫ୍ୟାନ୍ସ ଫଲୋର୍ସ ତାଙ୍କ ଭିଡିଓ ଦେଖିବାକୁ ପାଇଁ ପାଗଳ ପ୍ରାୟ ହୋଇଥାନ୍ତି । ଏସବୁ ମଧ୍ୟରେ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସଲମାନ ମହିଳା ସନାତନ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର ବାଲାଘାଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ବାଂଲାଦେଶରୁ ଆସିଥିବା ମହିଳା ଜଣକ ଏପରି ଜିଦ୍ ଧରିଛନ୍ତି । ନିଜକୁ ବାଗେଶ୍ୱର ଧାମଙ୍କ ଦ୍ୱାରା ପ୍ରଭାବିତ ବୋଲି କହିଛନ୍ତି । ଅନେକ ମାସ ଧରି ୟୁଟ୍ୟୁବରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା ଶୁଣୁଥିଲେ ବୋଲି ମଧ୍ୟ କହିଛନ୍ତି । ପ୍ରଥମେ ଶାସ୍ତ୍ରୀ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ, କିନ୍ତୁ ମହିଳାଙ୍କ ବାରମ୍ବାର ଧର୍ମ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ।

ମଞ୍ଚକୁ ଆସିଥିବା ମହିଳାଙ୍କ ସହ କଥା ହେବା ପରେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ଏହି ଝିଅଟି ମୁସଲମାନ ଧର୍ମର। ସେ ବାଂଲାଦେଶରୁ ଆସିଛନ୍ତି, ସେ ଆମର ଭଉଣୀ । ଏହା ସନାତନ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି । ଶାସ୍ତ୍ରୀ ପଚାରିଥିଲେ ତୁମେ ୟୁଟ୍ୟୁବରେ କେତେ ଦିନ ଦେଖୁଛ ଏବଂ ତୁମେ କାହିଁକି ଭାରତ ଯିବା ଉଚିତ ବୋଲି ଅନୁଭବ କଲ? ମହିଳା ଜଣକ କହିଛନ୍ତି ଯେ ସେ ସନାତନ ଧର୍ମ ଗ୍ରହଣ କରି ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ତାଙ୍କ ଭାଇ କରିବାକୁ ଚାହୁଁଛନ୍ତି। ଧିରେନ୍ଦ୍ର ଶାସ୍ତ୍ରୀ ପଚାରିଥିଲେ ଯେ ସେ କାହାର ଚାପରେ ଆସିଛନ୍ତି କି ? ମହିଳା ଜଣକ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ଆସିଛନ୍ତି।

କିନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ ନିଜ ସଫେଇରେ କହିଛନ୍ତି ଯେ , ରାମ ନାମରେ ଶକ୍ତି ଅଛି । ଆମେ ମଧ୍ୟ ପରିବର୍ତ୍ତନରେ ବିଶ୍ୱାସ କରୁନାହୁଁ । ଏବେ ବି କହୁଛି ଭଉଣୀଙ୍କର ଧର୍ମ ପରିବର୍ତ୍ତନ କରିବାରେ କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଯଦି ଆପଣଙ୍କର ଏପରି ଇଚ୍ଛା ଅଛି, ତେବେ ଏହାକୁ ଗ୍ରହଣ କରିବାକୁ ମୁକ୍ତ ମନ ନିଅନ୍ତୁ। ତେବେ ମହିଳାଙ୍କ ଚେହେରା ଦେଖାଯିବା ଉଚିତ ନୁହେଁ ବୋଲି ଧିରେନ୍ଦ୍ର ଶାସ୍ତ୍ରୀ ନିବେଦନ କରିଛନ୍ତି।

Get real time updates directly on you device, subscribe now.