fbpx

ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ମ୍ୟାରେଜ୍: ୬୦ ବର୍ଷରେ ରୁପାଲିଙ୍କ ହାତ ଧରିଲେ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷ ଦ୍ୱିତୀୟ ବିବାହ କରିଛନ୍ତି । ଆସାମର ରୁପାଲି ବରୁଆଙ୍କୁ ଆଶିଷ ବିବାହ କରିଥିବା ଜଣାପଡ଼ିଛି । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଆଶିଷ-ରୁପାଲି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ପୂର୍ବରୁ ରାଜୋଶୀ ବରୁଆଙ୍କୁ ବିବାହ କରିଥିବା ବେଳେ ସେ ପୁଣି ଥରେ ରୁପାଲିଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି ।

ଆଶିଷ ହିନ୍ଦି, ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ ପରି ଏକାଧିକ ଆଞ୍ଚଳିକ ଭାଷାରେ ଅଭିନୟ କରିସାରିଛନ୍ତି । ରୁପାଲି ଗୁଆହାଟୀର ବାସିନ୍ଦା ହୋଇଥିବା ବେଳେ କୋଲକାତାରେ ତାଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି । ନିଜର ବିବାହ ନେଇ ଦମ୍ପତ୍ତି ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରିଛନ୍ତି । ଏହି ବୈବାହିକ କାର୍ଯ୍ୟକ୍ରମରେ ଦୁହିଁଙ୍କର ପରିବାର ସଦସ୍ୟ ଓ ନିକଟତର ବନ୍ଧୁମାନେ ଉପସ୍ଥିତ ଥିଲେ ।

ଏହି ବିବାହ ଉତ୍ସବରେ ଦୁଇଟି ସଂସ୍କୃତିର ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା । ଏହି ଅବସରରେ ଆଶିଷ ଏକ ଧଳା ଓ ସୁବର୍ଣ୍ଣ ରଙ୍ଗର କେରଳୀ ମୁଣ୍ଡୁ ପରିଧାନ କରିଥିବା ବେଳେ ରୁପାଲି ଏକ ଆକର୍ଷଣୀୟ ଧଳା ରଙ୍ଗର ମେଖେଲା ପରିଧାନ କରିଥିଲେ । ତେବେ ୬୦ ବର୍ଷରେ ରୁପାଲିଙ୍କୁ ବିବାହ କରି ସେ ଏକ ଅଦ୍ଭୂତପୂର୍ବ ଅନୁଭବ କରୁଥିବା ଆଶିଷ କହିଛନ୍ତି । ୧୯୬୨ ମସିହା ଜୁନ ୧୯ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଆଶିଷ ବଲିଉଡ ସହିତ ଏକାଧିକ ଭାରତୀୟ ସିନେମାରେ କାମ କରିଛନ୍ତି । ସେ ୧୧ଟି ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୩୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.