fbpx

କରୋନରୁ ମୁକ୍ତି ପାଇବା ପାଇଁ ଗୋ-ମୂତ୍ର ପାର୍ଟି

ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାବରକର, ଜେଏନୟୁ ଓ ରାହୁଲ ଗାନ୍ଧୀଙ୍କ ଉପରେ ତାଙ୍କର ବହୁ ବିବାଦୀୟ ବୟାନ ରହିଛି । ଚୀନ ପରେ ଭାରତରେ କରୋନା ଭାଇରସର ଆତଙ୍କ ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱାମୀ ଚକ୍ରପାଣି ଦିଲ୍ଲୀରେ ଏକ ଗୋ-ମୂତ୍ର ପାର୍ଟିର ଆୟୋଜନ କରିଛନ୍ତି ।

ଗୋ-ମୂତ୍ର ପାର୍ଟି ବିଷୟରେ ସ୍ୱାମୀ ଚକ୍ରପାଣି କହିଛନ୍ତି ଯେ, ଦେଶରେ କେରାନା ଭାଇରସର ଭୟ ବଢିବାରେ ଲାଗିଛି, କିନ୍ତୁ ଆମ ଜୀବନରେ ଏହାକୁ ଏଡାଇବାର ଉପାୟ ରହିଛି । କରୋନା ଭାଇରସକୁ ଲଢିବା ପାଇଁ ଆମେ ଦିଲ୍ଲୀରେ ଏକ ଗୋ-ମୂତ୍ର ପାର୍ଟିର ଆୟୋଜନ କରିଛୁ । ଏଠାରେ ପ୍ରଥମେ ଯଜ୍ଞ ହେବ ଓ ପରେ କୁଲ୍ହାଡରେ ଗୋ-ମୂତ୍ର ପାନ କରାଯିବ ।’

ସ୍ୱାମୀ ଚକ୍ରପାଣିଙ୍କ ମତରେ, ‘ଗୋ-ମୂତ୍ରରେ ୩୨ ପ୍ରକାରର ଉପାଦାନ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଗୋ-ମୂତ୍ର ସେବନ କରିବା ଦ୍ୱାରା କରୋନା ହେବା ନାହିଁ । ଯଦି କାହାକୁ କରୋନା ହୋଇଛି, ତେବେ ସେମାନେ ତୁରନ୍ତ ଗୋ ମୂତ୍ର ସେବନ କରନ୍ତୁ ।’

Get real time updates directly on you device, subscribe now.