fbpx

ରେଲୱେ ଟ୍ରାକରେ ଠିଆ ହୋଇଥିଲା ଗାଈ: ଧକ୍କା ଦେଲା ଟ୍ରେନ୍, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସୋସିଆଲ ମିଡିଆରେ ଆମକୁ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ । କିଛି ଦୁର୍ଘଟଣା ଏପରି ଭୟଙ୍କର ହୋଇଥାଏ କି, ଏହାର ଶିକାର ହେବା ପରେ ସବୁକିଛି ଶେଷ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । ଏପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଯେଉଁଠାରେ ଟ୍ରାକରେ ଠିଆ ହୋଇଥିବା ଗାଈକୁ ଟ୍ରେନ୍ ଧକ୍କା ଦେଉଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଗୋଟିଏ ଗାଈ କୌଣସି ନାଳ ଉପରେ ତିଆରି ହୋଇଥିବା ବିଜ୍ର ଉପରେ ଠିଆ ହୋଇଛି । ଏହି ବିଜ୍ର ଉପରେ ଗୋଟିଏ ରେଳ ଟ୍ରାକ୍ ରହିଛି । ବ୍ରିଜ ଉପରେ ରେଲୱେ ଟ୍ରାକ୍ ପରେ ବହୁତ କମ୍ ଜାଗା ରହୁଛି, ଯେଉଁଠାରେ ଗାଈ ଠିଆ ହୋଇଛି । ଟ୍ରେନ୍ ପାଖକୁ ଆସିବା ଦେଖି ଗାଈଟି ବିଚଳିତ ହୋଇପଡୁଛି ।

ଏହାରି ମଧ୍ୟରେ ଟ୍ରେନଟି ଗାଈ ପାଖକୁ ଆସି ତାକୁ ଧକ୍କା ଦେଇଛି । ଏହି ଧକ୍କା ଏତେ ଭୟଙ୍କର ଯେ, ଗାଈଟି ନିଜର ନିୟନ୍ତ୍ରଣ ହରାଇ ସିଧା ନାଳକୁ ଖସିପଡୁଛି । ଦେଖନ୍ତୁ ଭିଡ଼ିଓ…

 

View this post on Instagram

 

A post shared by Noor Khan (@khannoor30621)

Get real time updates directly on you device, subscribe now.