fbpx

ରାଜଧାନୀର ରାଜରାସ୍ତାରେ ଗାଈଗୋରୁ ବୁଲି ପାରିବେନି: ନିୟମ ନ ମାନିଲେ ମାଲିକ ଦେବେ ଜରିମାନା, BMCର ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ରାଜଧାନୀ ଭୁବନେଶ୍ୱରରେ ଗାଈଗୋରୁ ବୁଲି ପାରିବେନି । କୌଣସି ସ୍ଥାନରେ ଗାଈଗୋରୁଙ୍କୁ ଦେଖିଲେ ସେମାନଙ୍କୁ ବିଏମସି କାବୁ କରି ସହର ବାହାରେ ଛାଡ଼ିଦେବ । ଏଥିସହିତ ଗାଈ ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ । ଏନେଇ ବିଏମସି ପକ୍ଷରୁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ଖେଳାଯିବ । ତେଣୁ ଏହାକୁ ନେଇ ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ରାସ୍ତାଘାଟରେ କେମିତି ଭିଡ଼ ନ ଜମିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ବିଶ୍ୱକପ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ରାଜଧାନୀରେ ଅବସ୍ଥାନ କରିବେ । ତେଣୁ ରାସ୍ତାଘାଟରେ ଗାଈଗୋରୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

ଗାଈଗୋରୁ, ଷଣ୍ଢମାନେ ରାସ୍ତାରେ ବୁଲିବା ଯୋଗୁଁ ଦିନ ଓ ରାତିରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟୁଛି । ଲୋକଙ୍କର ଗମନାଗମନକୁ ଶୃଙ୍ଖଳିତ କରିବା ସକାଶେ ଗାଈଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବାକୁ କୁହାଯାଉଛି । ଯଦି କେହି ନିୟମ ନ ମାନି ଛାଡ଼ନ୍ତି, ତେବେ ଗାଈଗୋରୁଙ୍କୁ ଧରି ଜାମୁକୋଳି ଗୋମଙ୍ଗଳ କେନ୍ଦ୍ର, ପୁରୀର ଗୋବିନ୍ଦ ଗୋସେବା କେନ୍ଦ୍ରରେ ଛାଡ଼ି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.