fbpx

ସିପି ମୁଖ୍ୟାଳୟ ଏବେ ପୋଲିସ ସେବା ଭବନ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଟରେ ଏହି ପ୍ରତିଷ୍ଠା ଦିବସ ପାଳନ ହେଉଛି । ପ୍ରତିଷ୍ଠା ଦିବସ ଅବସରରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ବଡ ଘୋଷଣା କରିଛନ୍ତିି । ଆଜିଠାରୁ ବଦଳିବ କମିସନରେଟ ପୋଲିସ ମୁଖ୍ୟାଳୟର ନାମ । କମିସନରେଟ୍ ମୁଖ୍ୟ କାର୍ଯ୍ୟାଳୟ ପୋଲିସ ସେବା ଭବନ ନାଁରେ ନାମିତ ହେବ ବୋଲି ସେ କହିଛନ୍ତି । ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁଧାଂଶୁ କହିଛନ୍ତି ।

ଏହା ସହ ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ, ଦ୍ୱୈତନଗରୀରେ ୟୁନିଫାଏଡ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ । ତ୍ୱରିତ ଓ ସମନ୍ୱିତ କାର୍ଯ୍ୟ ସହରାଞ୍ଚଳ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ହେବ । କଠିନ ପରିଶ୍ରମ କରି ପୋଲିସ ଲୋକଙ୍କୁ ସେବା ଯୋଗାଉଛି ବୋଲି ଡିଜି ଅଭୟ କହିଛନ୍ତି ।

Get real time updates directly on you device, subscribe now.