fbpx

ସିବିଆଇ ଜାଲରେ ଏଡ଼ିଜି

ଲୁଧିଆନା, ୧ା୧: ପଞ୍ଜାବ ସ୍ଥିତ ଲୁଧିଆନାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏଡ଼ିଜିଙ୍କୁ ଆଜି ଗିରଫ କରିଛି ସିବିଆଇ । ୨୫ଳକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଏହି ମାମଲାରେ ଦୁଇ ଜଣ ମଧ୍ୟସ୍ଥିଙ୍କୁ ମଧ୍ୟ ଗିରଫ କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଏହି ସମ୍ପର୍କରେ ଅଦବକ ପ୍ରମାଣ ହାସଲ ଉଦ୍ଦେଶ୍ୟରେ ଏଡ଼ିଜିଙ୍କ ନାମରେ ଥିବା ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି । ସେହି ସ୍ଥାନଗୁଡ଼ିକରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ କରିବା ପରେ ଏଡ଼ିଜି ଚନ୍ଦ୍ରଶେଖରଙ୍କୁ ସିବିଆଇ ହେପାଜତକୁ ନେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.