fbpx

କେନ୍ଦ୍ରୀୟ ଶକ୍ତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ବଢ଼ିଆ ପୋଷ୍ଟ, ବଢ଼ିଆ ଦରମା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ଶକ୍ତି ଗବେଷଣା ପ୍ରତିଷ୍ଠାନ (ସିପିଆରଆଇ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଞ୍ଜିନିୟରିଂ ଅଫିସର ଗ୍ରେଡ-୧, ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ, ଟେକ୍ନିସିଆନ ଗ୍ରେଡ-୧, ଆସିଷ୍ଟାଣ୍ଟ ଗ୍ରେଡ-୨୨ ଆଦି ପଦରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ସହିତ ଆବେଦନ କରିପାରିବେ ।

ମାର୍ଚ୍ଚ ମାସ ୨୫ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଫି’ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୪ ତାରିଖରେ ସମାପ୍ତ ହେବ । ୨୦୨୩ ମସିହା ଏପ୍ରିଲ ୧୪ ତାରିଖ ସୁଦ୍ଧା ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଏପ୍ରିଲ ୨୩ରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଓ ମାର୍ଚ୍ଚ ୧୫ରେ ସ୍କିଲ ଟେଷ୍ଟ / ଟ୍ରେଡ ଟେଷ୍ଟ ହେବାର ସମ୍ଭାବନା ରହିଛି । ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଆଡମିଟ୍ କାର୍ଡରେ ସୂଚିତ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://cpri.onlineregistrationforms.com/#/home

ନୋଟିଫିକେସନ ଲିଙ୍କ: https://cpri.res.in/sites/default/files/Advertisement%20CPRI.01.2023%20English.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://cpri.res.in/

Get real time updates directly on you device, subscribe now.