fbpx

ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ମୀର ଜାଫର ….ଐତିହ୍ୟ ଓ ପୌରାଣିକକୁ ସ୍ମରଣ କଲେ, ଶହିଦ ପିତାଙ୍କ ଅନ୍ତିମ ସତ୍କାର ବିଷୟରେ କହିଲେ ପ୍ରିୟଙ୍କା

ଭୁବନେଶ୍ୱର /ନୂଆଦିଲ୍ଲୀ : ଗୋଟିଏ ଦିନରେ ପ୍ରିୟଙ୍କା ଗାନ୍ଧୀ ଦେଶର ଐତିହ୍ୟ ଓ ପୌରାଣିକ ଉଭୟକୁ ସ୍ମରଣ କରିଛନ୍ତି । ରାଜଘାଟରେ ଭାଇ ରାହୁଳଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଯାଇ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ମୀର ଜାଫରଙ୍କ ପର୍ଯ୍ୟନ୍ତ ଏବଂ ତାଙ୍କ ପିତାଙ୍କ ଅନ୍ତିମ ସତ୍କାର କାହାଣୀର ପୁନରାବୃତ୍ତି କରିବାକୁ ପ୍ରିୟଙ୍କା ପଛେଇ ନାହାନ୍ତି । ଏସବୁ ମଧ୍ୟରେ ସେ ବିଜେପି ସରକାରକୁ କଡା ଜବାବ ଦେଇଛନ୍ତି ।

ଗାନ୍ଧୀ ପରିବାରକୁ ବିଜେପି ଆକ୍ଷେପ କରିଥିବାରୁ ପ୍ରିୟଙ୍କା କହିଛନ୍ତି ଆମକୁ ପରିବାରବାଦୀ ବୋଲି କହୁଛ, କିନ୍ତୁ ପ୍ରଭୁ ରାମଚନ୍ଦ୍ର କିଏ ? ସେ ବି ପରିବାରବାଦୀ ଥିଲେ । ପରିବାର ପାଇଁ ବନବାସ ଯାଇଥିଲେ । ପରିବାର ଏବଂ ଧରିତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିଥିଲେ । ସେହିପରି ପାଣ୍ଡବମାନେ ମଧ୍ୟ ପରିବାରର ସଂସ୍କାର ପାଇଁ ଲଢିଥିଲେ । ସେମାନେ କ’ଣ ପରିବାରବାଦୀ ନ ଥିଲେ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ । ଆମ ପରିବାରର ସଦସ୍ୟମାନେ ଦେଶ ପାଇଁ ଶହୀଦ ହୋଇଥିବାରୁ ଆମେ କ’ଣ ଲଜ୍ଜିତ ହେବା ଉଚିତ କି ବୋଲି ପ୍ରିୟଙ୍କ ପ୍ରଶ୍ନ କରିଥିଲେ । ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ସବୁକିଛି କରିପାରିବୁ ବୋଲି ପ୍ରିୟଙ୍କା ଗାନ୍ଧୀ ଦୃଢକ୍ତି ଦେଇଥିଲେ ।

ସେହିପରି ବ୍ରିଟିଶ ଶାସନର କଥା ଉଠାଇ କହିଥିଲେ ଯେ, ଇତିହାସର ଏକ ନିନ୍ଦନୀୟ ଅଧ୍ୟାୟ ହେଉଛି ମୀର ଜାଫର । ଯାହାର ବିଶ୍ୱାସଘାତକତା ପାଇଁ ୨୦୦ ବର୍ଷ ଧରି ବ୍ରିଟିଶ ଆମ ଦେଶକୁ ଶାସନ କରିଥିଲେ । ଦେଶକୁ ଗୁଲାମ କରି ରଖିଥିଲେ । ସେହି ବ୍ୟକ୍ତି ସହିତ ଶହିଦର ପୁଅକୁ ତୁଳନା କରାଗଲା । ମୋ ପିତାଜି ଦେଶ ପାଇଁ ସହିଦ ହୋଇଥିଲେ । ତାଙ୍କ ପୁଅ ହେଉଛି ରାହୁଲ ଗାନ୍ଧୀ । ସାଂସଦରେ କେହି କେହି ରାହୁଲଙ୍କୁ ଧଟ୍ଟା ପରିହାସ କରି କହିଛନ୍ତି ସେ ନିଜ ପିତାଙ୍କ ନାମ ଜାଣନ୍ତି ନାହିଁ । ଆମ ମାଆଙ୍କର ମଧ୍ୟ ଅପମାନ କରାଯାଇଛି । ରାହୁଲଙ୍କ ଉଦ୍ଦ୍ୟେଶରେ ଆଜି ରାମଘାଟରେ ପ୍ରିୟଙ୍କା ଏଭଳି କିଛି ମନ୍ତବ୍ୟ ଦେଇଥିଲେ ।

କେବଳ ସେତିକି ନୁହେଁ, ପୁରୁଣା କିଛି କଥାକୁ ମଧ୍ୟ ମନେ ପକାଇ କ୍ରୋଧ ପ୍ରକାଶ କରିଥିଲେ । ତାଙ୍କ ପିତା ,ଭାଇ ଓ ମାଆଙ୍କୁ ସର୍ବମୋଟ ଗାନ୍ଧୀ ପରିବାରକୁ କଟାକ୍ଷ କରିଥିବା ବିଜେପି ନେତାଙ୍କ ବିରୋଧରେ କାହିଁକି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।
ଏହିପରି ଭାବେର ଗୋଟିଏ ଦିନରେ ସେ ଇତିହାସ , ପୁରାଣ ଓ ଐତିହକୁ ମନେ ପକାଇ ଭାଇ ରାହୁଲଙ୍କୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ପ୍ରିୟଙ୍କା ଗାନ୍ଧୀ।

Get real time updates directly on you device, subscribe now.