fbpx

ପନିର ମୃତ୍ୟୁର କାରଣ ସାଜିପାରେ: Listeria Bacteria ସଂକ୍ରମଣ କଲେ କଥା ସରିଲା, ଗର୍ଭବତୀ ମହିଳା, ନବଜାତ, ବୟସ୍କଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ପନିର ଏକ ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଏହାକୁ ଶାକାହାରୀ ବ୍ୟକ୍ତିମାନେ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଆମର ଦୈନନ୍ଦିନ ଖାଦ୍ୟକୁ ନେଇ ସାମାନ୍ୟ ଅସାବଧାନତା କାରଣରୁ ଅନେକ ସମୟରେ ଆମକୁ ବଡ଼ ବିପଦର ସାମ୍ନା କରିବାକୁ ପଡ଼ିଥାଏ । ପନିର ଦେଖିବାକୁ ସ୍ୱଚ୍ଛ ତଥା ପରିଷ୍କାର ହୋଇଥିଲେ ହେଁ ଏହା ଆମର ସ୍ୱାସ୍ଥ୍ୟକୁ ହାନୀ ପହଞ୍ଚାଇପାରେ ।

ବେଳେବେଳେ ଲୋଭର ବଶବର୍ତ୍ତୀ ହୋଇ ଅନେକ ଦୋକାନୀ ଦୂଷିତ ବା ଖରାପ ପନିର ବିକ୍ରି କରିଥାନ୍ତି । ତେବେ ଏହା ସାଧାରଣ କଥା ନୁହେଁ । ଏହି ଦୂଷିତ ପନିର ସେବନ କରି ଆପଣ ମୃତ୍ୟୁମୁଖରେ ପଡ଼ିପାରନ୍ତି । ଦୂଷିତ ପନିର ଖାଇବା ଦ୍ୱାରା ଲିଷ୍ଟେରିୟା ମୋନୋସାଇଟୋଜେନେସ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ଲିଷ୍ଟେରିୟୋସିସ ପରି ଗମ୍ଭୀର ସଂକ୍ରମଣ ହୋଇପାରେ । ପ୍ରତିବର୍ଷ ପାଖାପାଖି ୧୬୦୦ ଲୋକଙ୍କୁ ଲିଷ୍ଟୋରିୟୋସିସ ଶିକାର ବନାଇଥାଏ ।

ତେବେ ନିକଟରେ ବ୍ରିଟେନରୁ ଏଭଳି ଏକ ବଡ଼ ଘଟଣା ଆସିଛି । ଦୂଷିତ ପନିର ସେବନ କରି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଲିଷ୍ଟେରିୟା ପରି ଗମ୍ଭୀର ସଂକ୍ରମଣ ହିଁ ଏହି ମୃତ୍ୟୁ ପଛର କାରଣ । ପନୀର ଦୂଷିତ ହେବା ଫଳରେ ଲିଷ୍ଟେରିଆ ସଂକ୍ରମଣ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି । ଏହି ଖବର ମିଳିବା ପରେ ଦୂଷିତ ପନିର ଖାଇବାରୁ ଲୋକଙ୍କୁ ରୋକିବା ପାଇଁ ତୁରନ୍ତ ଚେତାବନୀ ଜାରି କରାଯାଇଛି ।

ତେବେ ଅଧିକାଂଶ ସମୟରେ ଲୋକମାନେ ଦୋକାନରୁ କଟା ପନିର କିଣୁଥିବାରୁ ତାହା ଦୂଷିତ କି ଭଲ ଜାଣି ହୋଇନଥାଏ ବୋଲି ଏକ୍ସପର୍ଟ କହିଛନ୍ତି । ପ୍ରତିବର୍ଷ ଲିଷ୍ଟେରିଆ ସଂକ୍ରମଣ ଦ୍ୱରା ୨୬୦ ଲୋକ ମୃତ୍ୟୁବରଣ କରିଥାନ୍ତି । ଏଥିସହ ଗର୍ଭବତୀ ମହିଳା, ନବଜାତ ଶିଶୁ, ୬୫ ବର୍ଷରୁ ଅଧିକ ବୟସ୍କ, ଓ ଦୁର୍ବଳ ଇମ୍ୟୁନ ସିଷ୍ଟମ ଥିବା ଲୋକଙ୍କୁ ଏହା ବେଶି ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.